ରେଞ୍ଜ ରୋଭର ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ,NHRCରେ ମାମଲା
ଭୁବନେଶ୍ୱର : ପାୱାର ହାଉସ ଛକ ରେଞ୍ଜରୋଭର୍ ହିଟ୍ ଆଣ୍ଡ ରନ୍ ମାମଲା I ଜାତୀୟ ମାନବାଧିକାର ସୁରକ୍ଷା କମିଶନ(NHRC)ଙ୍କ ନିକଟରେ ମାମଲା ଦାୟର I’ନ୍ୟାୟ ପାଇଁ ଲଢେଇ ପରିବାର’ ସଂଗଠନ ପକ୍ଷରୁ ଅଭିଯୋଗ ହେବା ପରେ NHRCରେ ମାମଲା ରୁଜୁ ହୋଇଛି I ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଯୁବତୀଙ୍କୁ ୫୦ ଲକ୍ଷ ତଥା ଚିକିତ୍ସାଧୀନ ଥିବା ତାଙ୍କ ସମ୍ପର୍କୀୟଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇବାକୁ ଦାବି କରିଛି ସଂପୃକ୍ତ […]
ଭୁବନେଶ୍ୱର : ପାୱାର ହାଉସ ଛକ ରେଞ୍ଜରୋଭର୍ ହିଟ୍ ଆଣ୍ଡ ରନ୍ ମାମଲା I ଜାତୀୟ ମାନବାଧିକାର ସୁରକ୍ଷା କମିଶନ(NHRC)ଙ୍କ ନିକଟରେ ମାମଲା ଦାୟର I’ନ୍ୟାୟ ପାଇଁ ଲଢେଇ ପରିବାର’ ସଂଗଠନ ପକ୍ଷରୁ ଅଭିଯୋଗ ହେବା ପରେ NHRCରେ ମାମଲା ରୁଜୁ ହୋଇଛି I ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଯୁବତୀଙ୍କୁ ୫୦ ଲକ୍ଷ ତଥା ଚିକିତ୍ସାଧୀନ ଥିବା ତାଙ୍କ ସମ୍ପର୍କୀୟଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇବାକୁ ଦାବି କରିଛି ସଂପୃକ୍ତ ପରିବାର ସଂଗଠନ। ମାମଲାରେ ଗୃହ ସଚିବ, ଡିଜିପି, ପୁଲିସ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି
ଘଟନାନୁସାରେ,ଗତ ୩୧ ତାରିଖରେ ଭୁବନେଶ୍ୱର ୟୁନିଟ ୮ ପାୱାର ହାଉସ୍ ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ ଯାଜପୁର ବରୀ ବ୍ଲକର ଲୋପାମୁଦ୍ରା ସାହୁ ଓ ତାଙ୍କ ସମ୍ପର୍କୀୟ କାହ୍ନୁଚରଣ ନାୟକ। ଉଭୟେ ଏକ ବାଇକ ରେ ଯାଉଥିବାବେଳେ ତାଙ୍କୁ ଏକ ରେଞ୍ଜରୋଭର କାର୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏକ ଘରୋଇ ହସ୍ପିଟାଲରେ ୩ ଦିନର ସଂଘର୍ଷ ପରେ ଲୋପାମୁଦ୍ରା ଆଖିବୁଜିଥିଲେ I ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା କାହ୍ନୁଚରଣ ଏବେବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି Iଏହି ଦାମୀ କାରଟି ଶାସକ ଦଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କର ବୋଲି ଜଣାପଡିଛି I ଦୁର୍ଘଟଣା ସମୟରେ ଗାଡି ଭିତରେ ବିଶାଳ ଦାସ ବସିଥିବାନେଇ କୁହାଯାଉଥିବାବେଳେ ଏଥିରେ ତାଙ୍କ ଡ୍ରାଇଭର ସରୋଜ ଭୋଇଙ୍କୁ ଫସାଯାଉଛି ବୋଲି ଦାବି ହେଉଛି I
ଆଜି ଏହି ଘଟଣାରେ ନ୍ୟାୟ ଦାବିରେ ସିପି ଅଫିସ ଘେରାଉ କରିଛି ଛାତ୍ର କଂଗ୍ରେସ। ପୋଲିସ ଏଯାଏ କାହିଁକି ସିସିଟିଭି ଫୁଟେଜ ସାର୍ବଜନୀନ କରୁନି। ପୋଲିସ ଚକ୍ରାନ୍ତ କରି ଗାଡ଼ି ନମ୍ବର ବଦଳାଇ ଦେଇଥିଲା। ବିଜେଡି ବିଧାୟିକାଙ୍କ ଭାଇ ବୋଲି ପୋଲିସ ତାଙ୍କୁ ଖସାଇ ଦେଇଛି। ମୃତକଙ୍କ ପରିବାରକୁ ୧ କୋଟି ସହାୟତା ସହ ବିଶାଲ ଦାସଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି କଂଗ୍ରେସ । ଦାବି ପୂରଣ ନହେବା ଯାଏଁ ଛାତ୍ର କଂଗ୍ରେସ ଚୁପ୍ ବସିବନି ବୋଲି ଚେତାବନୀ ଦେଇଛି।




