ନିଶା ଦେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର : ଖଣ୍ଡଗିରିରେ ଯୁବକଙ୍କୁ ନିଶା ଦେଇ ହତ୍ୟା I ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ I ମୃତ ଯୁବକ ହେଲେ ଭୁବନେଶ୍ୱର ଡେଲ୍‌ଟା ଛକ ରେଙ୍ଗାଲି ବସ୍ତିର ଦୀପକ ସାହୁ। ସୋମବାର ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି I ତେବେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ […]

Samaya Live Picture
Published On

ଭୁବନେଶ୍ୱର : ଖଣ୍ଡଗିରିରେ ଯୁବକଙ୍କୁ ନିଶା ଦେଇ ହତ୍ୟା I ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ I ମୃତ ଯୁବକ ହେଲେ ଭୁବନେଶ୍ୱର ଡେଲ୍‌ଟା ଛକ ରେଙ୍ଗାଲି ବସ୍ତିର ଦୀପକ ସାହୁ। ସୋମବାର ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପତ୍ନୀ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି I ତେବେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି I

ଘଟଣାନୁସାରେ,ଗତକାଲି ଦିନ ୨ଟା ବେଳେ ଦୀପକଙ୍କୁ ତାଙ୍କ ମୁଣ୍ଡାସାହି ସ୍ଥିତ ଶ୍ୱଶୁର ଘରୁ କିଛି ଜଣ ସାଙ୍ଗ ଆସି ଡାକି ନେଇଥିଲେ I ସନ୍ଧ୍ୟାବେଳେ ୨ଜଣ ସାଙ୍ଗ ଦୀପକଙ୍କୁ ଅଚେତ ଅବସ୍ଥାରେ ଏକ ବାଇକରେ ଆଣି ଘର ସାମନାରେ ପକାଇ ଦେଇ ଚାଲି ଯାଇଥିଲେ I ଏହାପରେ ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ I କିନ୍ତୁ ସେଠାରେ ଦୀପକଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ I ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୀପକଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣ ପଡି ନଥିଲେ ମଧ୍ୟ ପରିବାର ଲୋକେ ତାଙ୍କୁ ନିଶା ଦେଇ ହତ୍ୟା କାଯାଇଥିବା ଅଭିଯୋଗ କରିଛନ୍ତି Iଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି କହିଛି ପୋଲିସ ।

Tags: