ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା

ମୁମ୍ବଇ : ବଢିଲା ଭାଇଜାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା । ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି ମିଳିଛି । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଢିଲା ସଲମାନ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା । ୱାଇ ପ୍ଲସ୍‌ ସିକ୍ୟୁରିଟି ସହ ସଲମାନ୍‌ଙ୍କ ପାଇଁ ପୁଲିସ ଏସକର୍ଟ କାର୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଅନିର୍ଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ସଲମାନ୍ […]

Samaya Live Picture
Published On

ମୁମ୍ବଇ : ବଢିଲା ଭାଇଜାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା । ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି ମିଳିଛି । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଢିଲା ସଲମାନ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା । ୱାଇ ପ୍ଲସ୍‌ ସିକ୍ୟୁରିଟି ସହ ସଲମାନ୍‌ଙ୍କ ପାଇଁ ପୁଲିସ ଏସକର୍ଟ କାର୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି । ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଅନିର୍ଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ସଲମାନ୍ ଖାନ।

ସୂଚନା ଯୋଗ୍ୟ, ଲରେନ୍ସ ବିଷ୍ଣୋଇ ଏନଆଇଏ ସାମ୍ନାରେ ବଡ ଖୁଲାସା କରିଛି। ବିଷ୍ଣୋଇର ଟାର୍ଗେଟରେ ସବୁଠୁ ହିଟ୍‌‌ ଲିଷ୍ଟରେ ରହିଛନ୍ତି ବଲିଉଡ ଭାଇଜାନ ସଲମାନ୍‌‌ ଖାନ୍‌‌। ସଲମାନଙ୍କୁ ହତ୍ୟା କରିବା ପାଇଁ ପ୍ଲାନ ପ୍ରସ୍ତୁତ କରିଛି ଲରେନ୍ସ। ଯେକୌଣସି ପରିସ୍ଥିତିରେ ବି ସେ ସଲମାନ ଖାନକୁ ହତ୍ୟା କରିବ ବୋଲି କହିଛି। ସଲମାନଙ୍କ ସହ ମୋଟ ୯ଜଣଙ୍କୁ ହିଟ୍‌‌ ଲିଷ୍ଟରେ ରଖିଛି ଲରେନ୍ସ। ସଲମାନ ଓ ବାବା ସିଦ୍ଦିକି ବେଶ୍ ନିକଟତର ଥିଲେ । ଦୀର୍ଘ ୪ ଦଶନ୍ଧି ଧରି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା । ଶନିବାର ରାତି ପ୍ରାୟ ୯ଟା ୩୦ । ମୁମ୍ବାଇର ବାନ୍ଦ୍ରା । ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସ ବାହାରେ ବାଣ ଫୁଟାଉଥିଲେ ବାବା ସିଦ୍ଦିକି । ହଠାତ୍ ତିନି ଜଣ ମୁଖାପିନ୍ଧା ଯୁବକ ବାଇକରେ ଆସି ଅନ୍ଧାଧୁନ ଗୁଳି ଚଳାଇଥିଲେ । ସିଦ୍ଦିକିଙ୍କ ଦେହରେ ବାଜିଥିଲା ତିନିଟି ଗୁଳି । ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ଲୀଲାବତୀ ହସପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Tags: