ମହିଳା ହୋମଗାର୍ଡ ନିର୍ଯ୍ୟାତନା ମାମଲା,ବଦଳି ହେଲେ DIG
ଭୁବନେଶ୍ୱର : ଦିନକୁ ଦିନ ଅସହ୍ୟ ହେଉଥିଲା ପୋଲିସ ବାବୁଆଣୀଙ୍କ ନିର୍ଯ୍ୟାତନା I ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା ହୋମଗାର୍ଡ I ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ସୂଚନାନୁସାରେ,ଅନୁଗୁଳରେ ଅବସ୍ଥାପିତ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଙ୍କ ଘରେ ଦୀର୍ଘ ୭ ମାସ ଧରି ଘରୋଇ କାମରେ ନିୟୋଜିତ […]
ଭୁବନେଶ୍ୱର : ଦିନକୁ ଦିନ ଅସହ୍ୟ ହେଉଥିଲା ପୋଲିସ ବାବୁଆଣୀଙ୍କ ନିର୍ଯ୍ୟାତନା I ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା ହୋମଗାର୍ଡ I ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି।
ସୂଚନାନୁସାରେ,ଅନୁଗୁଳରେ ଅବସ୍ଥାପିତ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଙ୍କ ଘରେ ଦୀର୍ଘ ୭ ମାସ ଧରି ଘରୋଇ କାମରେ ନିୟୋଜିତ ହୋଇଥିଲେ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ I ମାତ୍ର ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ଭାବରେ ନିର୍ଯ୍ୟାତନା ଦେଇ ଆସୁଥିଲେ ଡ଼ିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀ I ଏପରିକି ଚାକିରି ନେଇ ଯିବାର ଧମକ ଦେଇ ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ହୋମଗାର୍ଡ ସୈରିନ୍ଦ୍ରୀ ସାହୁଙ୍କୁ ଧକ୍କା ଦେଇ ବାହାର କରି ଦେଇଥିଲେ। ଏଥିରେ ମାନସିକ ଭାରସାମ୍ୟ ହରାଇ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ I ମାତ୍ର ଏଥିରେ ସେ ବଞ୍ଚି ଯାଇଥିଲେ ମଧ୍ୟ ତାଙ୍କର ଗୋଡ ଦୁଇଟି ହରାଇଛନ୍ତି I ଗୁରୁତର ଅବସ୍ଥାରେ ସୈରିନ୍ଦ୍ରୀ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଗତ ୧୩ ତାରିଖ ଦିନ ଅନୁଗୁଳ ଜିଲ୍ଲା ରାଣୀଗୋଡାର ମହିଳା ହୋମଗାର୍ଡ ସୌରିଦ୍ରୀ ସାହୁ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ । ମାତ୍ର ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିସନ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରିପୋର୍ଟ ତଲବ କରିଛନ୍ତି ।




