ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲାରେ ଲୋମହର୍ଷଣକାରୀ ଘଟଣା | ଗଣଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ଦେଇ ଜଙ୍ଗଲରେ ଫୋପାଡ଼ି ଦେଲେ ଦୁର୍ବୁତ୍ତ | ଏଭଳି ନାରକୀୟ ହତ୍ୟାକାଣ୍ଡ ଘଟିଛି ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଗୋଏଲପିଟା ଗାଁରେ | ଗାଁ ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି | ମୁହଁକୁ ଏସିଡ ପକାଇ ଜାଳି ଦିଆଯାଇଥିବା ସୂଚନା ମିଳିଛି । ତେଣୁ ମୃତଦେହଟି ଚିହ୍ନଟ ହୋଇପାରିନାହିଁ | ମୃତଦେହ ନିକଟରେ ମହିଳାଙ୍କ ଶାଢ଼ୀ ଓ […]

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
Samaya Live Picture
Published On

ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲାରେ ଲୋମହର୍ଷଣକାରୀ ଘଟଣା | ଗଣଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ଦେଇ ଜଙ୍ଗଲରେ ଫୋପାଡ଼ି ଦେଲେ ଦୁର୍ବୁତ୍ତ | ଏଭଳି ନାରକୀୟ ହତ୍ୟାକାଣ୍ଡ ଘଟିଛି ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଗୋଏଲପିଟା ଗାଁରେ | ଗାଁ ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି | ମୁହଁକୁ ଏସିଡ ପକାଇ ଜାଳି ଦିଆଯାଇଥିବା ସୂଚନା ମିଳିଛି । ତେଣୁ ମୃତଦେହଟି ଚିହ୍ନଟ ହୋଇପାରିନାହିଁ | ମୃତଦେହ ନିକଟରେ ମହିଳାଙ୍କ ଶାଢ଼ୀ ଓ ଭଙ୍ଗା ଚୁଡି ପଡିଥିବା ଦେଖିବାକୁ ମିଳିଥିଲା | ଖବର ପାଇ ଘଟଣାସ୍ଥଳରେ ଦେଓଗାଁ ପୋଲିସ ତଦନ୍ତ ଜାରି ରଖିଛି | ତେବେ ମୃତଦେହ ବ୍ୟବଚ୍ଛେଦ ପରେ ସଠିକ ତଥ୍ୟ ମିଳିବ ବୋଲି ପୋଲିସ ସୂଚନା ଦେଇଛି|

ଶେଷ ସୂଚନାନୁସାରେ,ମୃତ ମହିଳା ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଂଚଳର | ନିଖୋଜ ନେଇ ଗତ ୨୫ ତାରିଖରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ |

Tags: