କଟକ ମହାନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା,୩ ଅଭିଯୁକ୍ତ ଗିରଫ
କଟକ : ମହାନଦୀ ନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । ନାଟକୀୟ ଢଙ୍ଗରେ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏକ ଦରଜୀ ଷ୍ଟିକରରୁ ଅଭିଯୁକ୍ତକୁ ଧରିଛି ପୋଲିସ । ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ଯିବା ସହ ତାଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡ ଘଟିବାର ୩୦ ଘଣ୍ଟା ଭିତରେ ୩ ଅଭିଯୁକ୍ତଙ୍କୁ ଧରିଛି ପୁଲିସ। ହତ୍ୟାକାରୀ ଗିରଫ ହେବା ପରେ ମିଳିଲା ମୃତ। ମହିଳାଙ୍କ ପରିଚୟ। ଏହି ଘଟଣାରେ ୩ […]
କଟକ : ମହାନଦୀ ନଦୀ ପଠାରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । ନାଟକୀୟ ଢଙ୍ଗରେ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏକ ଦରଜୀ ଷ୍ଟିକରରୁ ଅଭିଯୁକ୍ତକୁ ଧରିଛି ପୋଲିସ । ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ଯିବା ସହ ତାଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡ ଘଟିବାର ୩୦ ଘଣ୍ଟା ଭିତରେ ୩ ଅଭିଯୁକ୍ତଙ୍କୁ ଧରିଛି ପୁଲିସ। ହତ୍ୟାକାରୀ ଗିରଫ ହେବା ପରେ ମିଳିଲା ମୃତ। ମହିଳାଙ୍କ ପରିଚୟ। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ମୃତା ମହିଳା ହେଉଛନ୍ତି ପଦ୍ମାବତୀ ଦେହୁରୀ । ତାଙ୍କୁ ହତ୍ୟା କରିଥିଲେ ଦିଅର ଜଗନ୍ନାଥ ଦେହୁରୀ ଏବଂ ସମ୍ପର୍କୀୟ ଦିଅର ହାପି ଦେହୁରୀ । ଏଥିରେ ତାଙ୍କୁ ସହଯୋଗ କରିଥିଲେ ପଦ୍ମାବତୀଙ୍କ ସ୍ୱାମୀ ବଳରାମ ଦେହୁରୀ । ତେବେ ପଦ୍ମାବତୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀଙ୍କ ପ୍ରରୋଚନାରେ ତାଙ୍କୁ ହତ୍ୟା କରିଥିଲେ ଜଗନ୍ନାଥ ଏବଂ ହାପି ।
ସୂଚନାନୁସାରେ, ଗତ ଶୁକ୍ରବାର କଟକ ସଦର ପରମହଂସ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମହିଳା ଜଣକ ମାଣବସା ଶାଢ଼ୀ ପିନ୍ଧିଥିବାବେଳେ ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ମୃତଦେହ ନିକଟରେ ଜଣେ ଶିଶୁକନ୍ୟାର ଡ୍ରେସ ସହ ଏକ ହ୍ରଲିକ୍ସ ଯାର ମଧ୍ୟ ପଡିଥିବାର ଦେଖାଯାଇଥିଲା । ତେବେ ମହିଳା ଯେମିତି ଚିହ୍ନଟ ନହେବେ ସେଥିପାଇଁ ତାଙ୍କ ମୁହଁକୁ ନଷ୍ଟ କରି ଦେଇଥିଲା ଅଭିଯୁକ୍ତ । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।
ତେବେ ଘଟଣାସ୍ଥଳରୁ ମିଳିଥିବା ସାର୍ଟପ୍ୟାଣ୍ଟ,ମହିଳାଙ୍କ ଟାଟୁକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲା । ମହିଳାଙ୍କ ହାତର ଗୋଟିଏ ପଟେ ଓମ୍ ବାବା ବଳିଆ ବୋଲି ଟାଟୁ କୁଟା ଯାଇଥିଲା । ଯାହାକୁ ଆଧାର କରି କାଳେ ମହିଳାଙ୍କ ସମ୍ପର୍କରେ କିଛି ସୂଚନା ମିଳିଯିବ, ସେଥିପାଇଁ ପୋଲିସ ଆଶ୍ରମକୁ ଯାଇଥିଲା । ହେଲେ ସେଠାରୁ ପୋଲିସକୁ ବେଶି କିଛି ସଫଳତା ମିଳି ନଥିଲା ।
ଏହାପରେ ଘଟଣା ସ୍ଥଳରୁ ମିଳିଥିବା ସାର୍ଟପ୍ୟାଣ୍ଟକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଥିଲା । ପୋଲିସ ଜବତ କରିଥିବା ଏହି ସାର୍ଟପ୍ୟାଣ୍ଟରେ ଟେଲରର ଷ୍ଟିକର ଥିଲା । ଏହାକୁ ଦେଖି ପୋଲିସ ଉକ୍ତ ଟେଲରରେ ପହଞ୍ଚି ଯାଇଥିଲା । ଆଉ ସେଠାରୁ ଅଭିଯୁକ୍ତ ସ୍ବାମୀ ପାଖରେ ପହଞ୍ଚି ଯାଇଥିଲା । ଯିଏ କି କଟକର ମହାନଦୀ ପଠାରେ ସ୍ତ୍ରୀକୁ ହତ୍ୟା କରିବା ପରେ ଗୁଜରାଟରେ ଆତ୍ମଗୋପନ କରିଥିଲା । ଗୁଜରାଟରୁ ମୃତ ମହିଳାଙ୍କୁ ଧରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ମହିଳାଙ୍କ ଘର କେନ୍ଦ୍ରାପଡ଼ା ବୋଲି ଜଣାପଡ଼ିଛି ।




