ମହିଳାଙ୍କୁ ଗଳା କାଟି ହତ୍ୟା

ବିଷମକଟକ: ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି I ରାୟଗଡ଼ା ଜିଲ୍ଲା ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣମିଶନ ନିକଟରେ ଏହି ଘଟଣା ଘଟିଛି । ମୃତା ହେଲେ ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ। ସେ ନିକଟସ୍ଥ ରାମକ୍ରୀଷ୍ଣ ମିଶନର ମାଳି କାମ କରୁଥିବାବେଳେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ Iଆଜି ସକାଳେ ଗଳାକଟା ଅବସ୍ଥାରେ ନନ୍ଦୀନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ହତ୍ୟାର କାରଣ […]

Samaya Live Picture
Published On

ବିଷମକଟକ: ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି I ରାୟଗଡ଼ା ଜିଲ୍ଲା ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣମିଶନ ନିକଟରେ ଏହି ଘଟଣା ଘଟିଛି । ମୃତା ହେଲେ ବୁରୁଜୁଗୁଡା ଗ୍ରାମର ନନ୍ଦିନୀ ନାଏକ। ସେ ନିକଟସ୍ଥ ରାମକ୍ରୀଷ୍ଣ ମିଶନର ମାଳି କାମ କରୁଥିବାବେଳେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ Iଆଜି ସକାଳେ ଗଳାକଟା ଅବସ୍ଥାରେ ନନ୍ଦୀନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଁଚି ସମ୍ପର୍କୀୟଙ୍କୁ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Tags: