ବିଷ ପିଇ ଗୁରୁତର ହୋଇଥିବା ମହିଳା ଏସଆଇ ଲାପତ୍ତା
ବଲାଙ୍ଗୀର : ବିଷ ପିଇ ଗୁରୁତର ହୋଇଥିବା ମହିଳା ପୁଲିସ ଏସଆଇ ହସପିଟାଲରୁ ନିଖୋଜ । ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରୁ କେଉଁଆଡେ ପଳାଇ ଯାଇଥିବା ସୂଚନା ମଳିଛି । ବୁଧୁବାର ରାତିରେ ବଲାଙ୍ଗୀର ସଇଁତଲା ଥାନାର ମହିଳା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ପଡୋଶୀ ତାଙ୍କୁ ନେଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ହସ୍ପିଟାଲରେ ନ ଥିବା ନେଇ ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ […]
ବଲାଙ୍ଗୀର : ବିଷ ପିଇ ଗୁରୁତର ହୋଇଥିବା ମହିଳା ପୁଲିସ ଏସଆଇ ହସପିଟାଲରୁ ନିଖୋଜ । ଚିକିତ୍ସିତ ଅବସ୍ଥାରେ ହସ୍ପିଟାଲରୁ କେଉଁଆଡେ ପଳାଇ ଯାଇଥିବା ସୂଚନା ମଳିଛି । ବୁଧୁବାର ରାତିରେ ବଲାଙ୍ଗୀର ସଇଁତଲା ଥାନାର ମହିଳା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ପଡୋଶୀ ତାଙ୍କୁ ନେଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରିଥିଲେ ।
ଏବେ ସେ ହସ୍ପିଟାଲରେ ନ ଥିବା ନେଇ ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ସଚଳା ବାଗ କହିଛନ୍ତି । ଯଦି ଆଜି ସନ୍ଧ୍ୟା ସୁଦ୍ଧା ଏସଆଇ ମେଡିକାଲ ନଫେରନ୍ତି, ତେବେ ଏନେଇ ସେ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି କଲେଜ ସୁପରିଟେଣ୍ଡେଣ୍ଟ ।
ସୂଚନାନୁସାରେ,ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ଟ୍ରେନି ସବ-ଇନ୍ସପେକ୍ଟର କାଜୋଲ ବାଗ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ । ବୁଧୁବାର ବିଳମ୍ବିତ ରାତିରେ ତାଙ୍କ କ୍ୱାଟରରେ ସେ କାହା ସହିତ ଫୋନରେ ପ୍ରବଳ ପାଟିତୁଣ୍ଡ କରୁଥିବା ଶୁଣିବାକୁ ମିଳିଥିଲା । ଏହାପରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।




