ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ତ୍ରୀ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ I ମୃତକ ହେଲେ ଆମର ନାୟକ ଏନାନ ଅଭିଯୁକ୍ତ ସ୍ତ୍ରୀ ହେଉଛି ଅଞ୍ଜନା ନାୟକ । ତେବେ ସ୍ୱାମୀକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ପ୍ରୟାସ କରିଥିଲା ସ୍ତ୍ରୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ […]

ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
Samaya Live Picture
Published On

ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ତ୍ରୀ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ I ମୃତକ ହେଲେ ଆମର ନାୟକ ଏନାନ ଅଭିଯୁକ୍ତ ସ୍ତ୍ରୀ ହେଉଛି ଅଞ୍ଜନା ନାୟକ । ତେବେ ସ୍ୱାମୀକୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ପ୍ରୟାସ କରିଥିଲା ସ୍ତ୍ରୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ତ୍ରୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ମୁଣ୍ଡମରାଇ ଗାଁର ଅମର ନାୟକ ଓ ତାସ୍ତ୍ରୀ ଅଞ୍ଜନା ନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଅଞ୍ଜନା , ସ୍ୱାମୀ ଅମର ନାୟକଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପ୍ରୟାସ କରିଥିଲା । ସେପଟେ ଘଟଣା ସଂପର୍କରେ ଖବର ପାଇ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଆସିକା ମେଡ଼ିକାଲକୁ ପଠାଇଛି । ଏହାସହ ସ୍ତ୍ରୀକୁ ଅଟକ ରଖି ଜେରା କରୁଛି ପୋଲିସ ।

Tags: