ଜମିବାଡ଼ି ବିବାଦରୁ ମହିଳାଙ୍କୁ ହତ୍ୟା

ବାସୁଦେବପୁର : ଜମିବାଡ଼ି ବିବାଦର ଉଗ୍ରରୂପ । ଶାବଳ ରେ ପିଟି ମହିଳାଙ୍କୁ ହତ୍ୟା । ଘଟଣଘାତିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରବୋଧପୁର ପାରା ଗାଁରେ I ଦେଢ଼ଶୂରର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ବାସୁଦେବପୁର ପୌରପାଳିକା ୭ ନମ୍ବର ୱାର୍ଡ ପାରା ଗାଁରେ ଦୁଇ ଭାଇ ରତିକାନ୍ତ ଓ ଶଶିକାନ୍ତଙ୍କ ମଧ୍ୟରେ ବହୁ ଦିନରୁ ଜମିବାଡ଼ିକୁ ନେଇ ବିବାଦ ଲାଗିରହିଥିଲା । ଗତକାଲି ଜମି ମାପିଚୁପି ସମୟରେ ଦେଢଶୁର ରତିକାନ୍ତଙ୍କ […]

Samaya Live Picture
Published On

ବାସୁଦେବପୁର : ଜମିବାଡ଼ି ବିବାଦର ଉଗ୍ରରୂପ । ଶାବଳ ରେ ପିଟି ମହିଳାଙ୍କୁ ହତ୍ୟା । ଘଟଣଘାତିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରବୋଧପୁର ପାରା ଗାଁରେ I ଦେଢ଼ଶୂରର ଶାବଳ ମାଡ଼ରେ ଭାଇବୋହୂର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ବାସୁଦେବପୁର ପୌରପାଳିକା ୭ ନମ୍ବର ୱାର୍ଡ ପାରା ଗାଁରେ ଦୁଇ ଭାଇ ରତିକାନ୍ତ ଓ ଶଶିକାନ୍ତଙ୍କ ମଧ୍ୟରେ ବହୁ ଦିନରୁ ଜମିବାଡ଼ିକୁ ନେଇ ବିବାଦ ଲାଗିରହିଥିଲା । ଗତକାଲି ଜମି ମାପିଚୁପି ସମୟରେ ଦେଢଶୁର ରତିକାନ୍ତଙ୍କ ସହ ଭାଇବୋହୁ ପ୍ରୀତିରେଖାଙ୍କର ପାଟିତୁଣ୍ଡ ହୋଇଥିଲା । ଏହାପରେ ଅପରାହ୍ନରେ ପ୍ରୀତିରେଖା ଘରେ ଥିବାବେଳେ ରତିକାନ୍ତ ନିଶାସକ୍ତ ଅବସ୍ଥାରେ ଆସି ତାଙ୍କ ମୁଣ୍ଡକୁ ଏକ ଶାବଳରେ ବାଡେଇ ଦେଇଥିଲା । ପ୍ରୀତିରେଖାର ଚିତ୍କାର ଶୁଣି ପଡୋଶୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆକ୍ରମଣ କରି ଦେଢ଼ଶୂର ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନେବା ସମୟରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ପରିବାର ଲୋକେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛି । ବର୍ତ୍ତମାନ ସୁଦ୍ଧା ରତିକାନ୍ତ ଫେରାର ରହିଥିବାବେଳେ ଅନୁସନ୍ଧାନ ଜାରି ରହିଛି ।

Tags: