ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣା: ତଦନ୍ତ ପାଇଁ ଗଠନ ହେଲା ୨ଟି ଟିମ
କଟକ:କଟକ କାଠଯୋଡ଼ି ନଦୀ ପଠାରେ ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାରେ ଦୁଇଟି ଟିମ୍ ଗଠନ କରି ଖୋଳତାଡ଼ କରୁଛି ପୋଲିସ। ମୃତ ମହିଳାଙ୍କ ୧୦ ଟି ଯାକ ଆଙ୍ଗୁଳିର ଫିଙ୍ଗର୍ ପ୍ରିଣ୍ଟ ସଂଗ୍ରହ କରିଛି ପୋଲିସ। ଏଗୁଡ଼ିକର ଆଧାର ଲିଙ୍କ୍ ହୋଇଛି କି ନାହିଁ ଯାଞ୍ଚ କରିବ ପୋଲିସ। ଏହି ପ୍ରକ୍ରିୟା ପରିଚୟ ପାଇବାରେ ସାହାଯ୍ୟ କରିବ। ବୈଷୟିକ ସହାୟତା ପାଇଁ ସାଇବର ଥାନା ପୋଲିସର ସହାୟତା ନିଆଯାଉଛି। ଆଖ ପାଖ ଅଂଚଳର ସି ସି ଟିଭି […]
କଟକ:କଟକ କାଠଯୋଡ଼ି ନଦୀ ପଠାରେ ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାରେ ଦୁଇଟି ଟିମ୍ ଗଠନ କରି ଖୋଳତାଡ଼ କରୁଛି ପୋଲିସ।
ମୃତ ମହିଳାଙ୍କ ୧୦ ଟି ଯାକ ଆଙ୍ଗୁଳିର ଫିଙ୍ଗର୍ ପ୍ରିଣ୍ଟ ସଂଗ୍ରହ କରିଛି ପୋଲିସ। ଏଗୁଡ଼ିକର ଆଧାର ଲିଙ୍କ୍ ହୋଇଛି କି ନାହିଁ ଯାଞ୍ଚ କରିବ ପୋଲିସ। ଏହି ପ୍ରକ୍ରିୟା ପରିଚୟ ପାଇବାରେ ସାହାଯ୍ୟ କରିବ। ବୈଷୟିକ ସହାୟତା ପାଇଁ ସାଇବର ଥାନା ପୋଲିସର ସହାୟତା ନିଆଯାଉଛି। ଆଖ ପାଖ ଅଂଚଳର ସି ସି ଟିଭି ଯାଞ୍ଚ କରୁଛି ପୋଲିସ।
ଜିଲ୍ଲା ତଥା ଜିଲ୍ଲା ବାହାରେ “ନିଉ ଷ୍ଟାର” ନାଁରେ ଥିବା ବିଭିନ୍ନ ଟେଲର ଦୋକାନ ଗୁଡ଼ିକ କୁ ଯାଇ ଯାଞ୍ଚ କରୁଛି ପୋଲିସ। ସମସ୍ତ ଥାନାକୁ ଏହି ଘଟଣା ସମର୍କରେ ଅବଗତ କରାଯାଇଛି। ବିଭିନ୍ନ ଥାନାର ମିସିଂ ରିପୋର୍ଟ ଗୁଡ଼ିକ ଉପରେ ନଜର ରଖିଛି କମିଶନରେଟ ପୋଲିସ। ହାତର ଚିତା କୁଟା ତଥ୍ୟକୁ ଆଧାର କରି ନିର୍ଦିଷ୍ଟ ଆଶ୍ରମକୁ ମଧ୍ୟ ଯାଇ ମହିଳାଙ୍କ ସମ୍ପର୍କରେ ପଚରା ଉଚରା କରୁଛି ପୋଲିସ ଟିମ୍। ଦୁଷ୍କର୍ମ ହୋଇଛି କି ନାହିଁ ତାହା ମେଡ଼ିକାଲ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କଟକ ଡିସିପି କହିଛନ୍ତି।




