ପଥରରେ ଛେଚି ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା

ଦେବଗଡ: ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ । ଅଫିସରୁ କାମସାରି ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ହତ୍ୟା କରାଯାଇଛି । ମୃତ ମହିଳା ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ରୀତା ସାହୁ ବୋଲି ଜଣାପଡିଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅଫିସରୁ କାମ ସାରି […]

Samaya Live Picture
Published On

ଦେବଗଡ: ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ । ଅଫିସରୁ କାମସାରି ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ହତ୍ୟା କରାଯାଇଛି । ମୃତ ମହିଳା ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ରୀତା ସାହୁ ବୋଲି ଜଣାପଡିଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଅଫିସରୁ କାମ ସାରି ରୀତା ସ୍କୁଟିରେ ଭିତିରିଆ ସାହି ଠାରେ ଥିବା ଭଡ଼ା ଘରକୁ ବାହାରିଥିଲେ। ଏହି ସମୟରେ ଅଫିସ ସମ୍ମୁଖରେ ୨ ଜଣ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ପ୍ରଥମେ ଛୁରୀ ଓ କାଠ ଫାଳିଆରେ ଯୁବକ ଦ୍ୱୟ ରୀତାଙ୍କୁ ଆକ୍ରମଣ କରିଥିଲେ। ସେ ସ୍କୁଟିରୁ ପଡିଯିବା ପରେ ତାଙ୍କୁ ପଥରରେ ଛେଚି ହତ୍ୟା କରି ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।

ରୀତାଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ମାନେ ଦୌଡି ଆସିଥିଲେ । ମାତ୍ର ରୀତାଙ୍କୁ ବଂଚାଇ ପାରିନଥିଲେ । ଅଫିସର ଅନ୍ୟ କର୍ମଚାରୀ ମାନେ ପୋଲିସକୁ ଖବର ଦେଇ ରୀତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ରୀତାଙ୍କୁ କିଏ କାହିଁକି ହତ୍ୟା କଲେ ତାହା ସ୍ପଷ୍ଟ ଜଣାପଡିନି । ପୋଲିସ ପହଁଚି ଘଟଣାର ତଦନ୍ତ ଚାଲିଛି I

Tags: