ସ୍ୱାମୀଙ୍କ ଏସିଡ୍ ମାଡ଼ର ଶିକାର ହୋଇଥିବା ମହିଳାଙ୍କ ମୃତ୍ୟୁ
ବାଲେଶ୍ୱର : ଏସିଡ ମାଡ଼ରେ ଗୁରୁତର ହୋଇପଡିଥିବା ପତ୍ନୀ ବନିତା ସିଂ ଙ୍କର ମୃତ୍ୟୁ I ବନୀତାଙ୍କ ଘର ବାଲେଶ୍ୱରରେ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଚନ୍ଦନ ରଣାଙ୍କ ଦ୍ୱାରା ସେ ଏସିଡ ମାଡ଼ର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ୬ ଦିନ ଧରି ସଂଘର୍ଷ ପରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟନାନୁସାରେ,ବାଲେଶ୍ୱର ସହଦେବଖୁଣ୍ଟା […]
ବାଲେଶ୍ୱର : ଏସିଡ ମାଡ଼ରେ ଗୁରୁତର ହୋଇପଡିଥିବା ପତ୍ନୀ ବନିତା ସିଂ ଙ୍କର ମୃତ୍ୟୁ I ବନୀତାଙ୍କ ଘର ବାଲେଶ୍ୱରରେ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଚନ୍ଦନ ରଣାଙ୍କ ଦ୍ୱାରା ସେ ଏସିଡ ମାଡ଼ର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ୬ ଦିନ ଧରି ସଂଘର୍ଷ ପରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଘଟନାନୁସାରେ,ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ବନିତା ସିଂ ଙ୍କୁ ଜଳେଶ୍ୱର ଅଂଚଳର ଚନ୍ଦନ ରଣା ପ୍ରେମ ବିବାହ କରିଥିଲେ। ଚନ୍ଦନ ସେଠାରେ ଥିବା ଏକ ଗହଣା ଦୋକାନରେ କାମ କରୁଥିଲେ I ତେବେ ଚନ୍ଦନ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ପିଲା ଥିବା କଥା ବନିତା ଜାଣି ନଥିଲେ I ଏହା ଜାଣିବା ପରେ ବନିତା ବାପ ଘରକୁ ପଳାଇ ଆସିଥିଲେ।
ଘଟଣା ଦିନ ଭୀମପୁରା ଗାଁରେ ରହୁଥିବା ବଡ଼ ଭଉଣୀଙ୍କ ଘରେ ବନିତା ଥିଲେ। ଗତ ୨୦ ତାରିଖରେ ସ୍ୱାମୀ ଚନ୍ଦନ ରଣା ତାଙ୍କର ଜଣେ ସହକର୍ମୀଙ୍କ ସହିତ ବନିତା ରହୁଥିବା ଭଉଣୀ ଘରକୁ ଆସିଥିଲେ I ସେଠାରେ ସେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା,ଏହି ସମୟରେ ସ୍ୱାମୀ ଚନ୍ଦନ ବନୀତାଙ୍କ ଉପରକୁ ବ୍ୟାଗ ରେ ଲୁଚାଇ ଆଣିଥିବା ଏସିଡ ମାଡ଼ କରିଥିଲେ I ଏଥିରେ ବନିତାଙ୍କ ଶରୀର ୮୦ ଭାଗ ପୋଡିଯାଇଥିଲା Iଏସିଡ ମାଡ଼ରେ ବନୀତାଙ୍କ ସହିତ ତାଙ୍କ ବଡ଼ ଭଉଣୀ ଓ ପାଖରେ ଥିବା ଭଉଣୀଙ୍କ ଦୁଇ ପିଲା ମଧ୍ୟ ଆହତ ହୋଇଥିଲେ I
ସମସ୍ତଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଥିଲା I ତେବେ ବନିତାଙ୍କ ଶରୀରର ପ୍ରାୟ ୮୦% ପୋଡ଼ି ଯାଇଥିବାରୁ ତାଙ୍କୁ କଟକ ଅଣାଯାଇଥିଲା । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍ରେ ତାଙ୍କର ଚିକିତ୍ସା ଚାଲିଥିଲାବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଏସିଡ ମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ,ବନୀତାଙ୍କ ସ୍ୱାମୀ ଅଭିଯୁକ୍ତ ଚନ୍ଦନ ରଣା ଫେରାର ରହିଛି I ତାକୁ ଖୋଜୁଛି ସହଦେବଖୁଣ୍ଟା ଥାନା ପୋଲିସ । ଏହି ଘଟଣାରେ ଚନ୍ଦନର ପ୍ରଥମ ପତ୍ନୀ ଓ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି ବୋଲି ବାଲେଶ୍ୱର ଏସପି ସାଗରିକI ନାଥ ପ୍ରେସ ମିଟ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।




