ଭୁଲ ଇଞ୍ଜେକ୍ସନରୁ ମହିଳାଙ୍କ ମୃତ୍ୟୁ

ନବରଙ୍ଗପୁର : କ୍ଵାକଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅଞ୍ଚଳରେ । ଆଉ ମୃତ ମହିଳା ହେଉଛନ୍ତି ଚିର୍ମା ଗ୍ରାମର ଦୟାମଣି ବିଷୋୟୀ । ଏନେଇ ମହିଳାଙ୍କ ପରିବାର ପକ୍ଷରୁ କୋଡ଼ିଙ୍ଗା ଥାନାରେ ଅଭିଯୋଗ ହୋଇଛି । କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚିର୍ମା ଗ୍ରାମର ଦୟାମଣି ବିଷୋୟୀଙ୍କର ମୁଣ୍ଡବ୍ୟଥା ହେବାରୁ, ତାଙ୍କୁ କର୍ଚାମାଳ ଗ୍ରାମରେ ଥିବା କ୍ଵାକ ସମାରୁ ହରିଜନଙ୍କ ଘରକୁ ପରିବାର […]

Samaya Live Picture
Published On

ନବରଙ୍ଗପୁର : କ୍ଵାକଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅଞ୍ଚଳରେ । ଆଉ ମୃତ ମହିଳା ହେଉଛନ୍ତି ଚିର୍ମା ଗ୍ରାମର ଦୟାମଣି ବିଷୋୟୀ । ଏନେଇ ମହିଳାଙ୍କ ପରିବାର ପକ୍ଷରୁ କୋଡ଼ିଙ୍ଗା ଥାନାରେ ଅଭିଯୋଗ ହୋଇଛି ।

କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚିର୍ମା ଗ୍ରାମର ଦୟାମଣି ବିଷୋୟୀଙ୍କର ମୁଣ୍ଡବ୍ୟଥା ହେବାରୁ, ତାଙ୍କୁ କର୍ଚାମାଳ ଗ୍ରାମରେ ଥିବା କ୍ଵାକ ସମାରୁ ହରିଜନଙ୍କ ଘରକୁ ପରିବାର ଲୋକେ ନେଇ ପହଞ୍ଚିଥିଲେ । କ୍ଵାକ ସମାରୁ ହରିଜନ ଚିକିତ୍ସା କରି କିଛି ଔଷଧ ଦେବା ସହ ଏକ ଇଞ୍ଜେକ୍ସନ୍ ଦେଇଥିଲେ । ତେବେ, ଇଞ୍ଜେକ୍ସନ୍ ଦେବାର ମାତ୍ର ପାଞ୍ଚ ମିନିଟ ମଧ୍ୟରେ ସେଠାରେ ହିଁ ଦୟାମଣିଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ଵାକ ସମାରୁ ମୃତ ମହିଳାଙ୍କ ପରିବାର ଲୋକଙ୍କୁ କିଛି ଟଙ୍କା ଦେବାକୁ ପ୍ରଲୋଭିତ କରି ଏହି ଘଟଣା ବାହାରେ ପ୍ରଘଟ ନକରିବାକୁ ଅନୁରୋଧ କରିଥିଲା। କିନ୍ତୁ ପରିବାର ଲୋକେ ଥାନାକୁ ଯାଇ ଏତଲା ଦେଇଥିଲେ । ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ କ୍ଵାକ ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ ଫେରାର କ୍ଵାକ କୁ ଧରିବାକୁ ପ୍ରୟାସ ଜାରି ରଖିଛି ।

ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲାରେ ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର । ଫଳରେ ଗାଁ ଗୁଡିକରେ କ୍ୱାକ୍ ମାନଙ୍କ ଠାରୁ ଚିକିତ୍ସା ପାଇଥାନ୍ତି ଲୋକେ । କିନ୍ତୁ ଅନଭିନଜ୍ଞ ଏବଂ ଅଳ୍ପ ଶିକ୍ଷିତ କ୍ୱାକ୍ଙ୍କଚିକିତ୍ସାରେ ଯାଉଛି ଲୋକଙ୍କ ଜୀବନ ।

Tags: