ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ

ଭଦ୍ରକ: ପରିବାର ନିୟୋଜନ ଅପରେସନ ପରେ ଚାଲିଗଲା ମହିଳାଙ୍କ ଜୀବନ । ଭଦ୍ରକ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଭଦ୍ରକ ଆଗରପଡା ଅଞ୍ଚଳର ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ। ତାଙ୍କ ସ୍ୱାମୀଙ୍କ ନାଁ ଯଶୋବନ୍ତ ବାରିକ। ଉଭୟଙ୍କ ଏକ ଅଢେଇ ବର୍ଷର ପୁଅ ଅଛି I ଭଦ୍ରକ: ପରିବାର ନିୟୋଜନ ଅପରେସନ ପରେ ଚାଲିଗଲା ମହିଳାଙ୍କ ଜୀବନ । ଭଦ୍ରକ ବରପଦା […]

Samaya Live Picture
Published On

ଭଦ୍ରକ: ପରିବାର ନିୟୋଜନ ଅପରେସନ ପରେ ଚାଲିଗଲା ମହିଳାଙ୍କ ଜୀବନ । ଭଦ୍ରକ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଭଦ୍ରକ ଆଗରପଡା ଅଞ୍ଚଳର ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ। ତାଙ୍କ ସ୍ୱାମୀଙ୍କ ନାଁ ଯଶୋବନ୍ତ ବାରିକ। ଉଭୟଙ୍କ ଏକ ଅଢେଇ ବର୍ଷର ପୁଅ ଅଛି I

ଭଦ୍ରକ: ପରିବାର ନିୟୋଜନ ଅପରେସନ ପରେ ଚାଲିଗଲା ମହିଳାଙ୍କ ଜୀବନ । ଭଦ୍ରକ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଭଦ୍ରକ ଆଗରପଡା ଅଞ୍ଚଳର ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ। ତାଙ୍କ ସ୍ୱାମୀଙ୍କ ନାଁ ଶତ୍ରୁଘ୍ନ ବାରିକ। ଉଭୟଙ୍କ ଏକ ଅଢେଇ ବର୍ଷର ପୁଅ ଅଛି I

ଘଟନାନୁସାରେ ଭଦ୍ରକ ଆଗରପଡା ଅଞ୍ଚଳର ଜୟନ୍ତୀବେଜ,ସ୍ୱାମୀ ଯଶୋବନ୍ତ ଆଶାକର୍ମୀ ସତ୍ୟଭାମା ମଲ୍ଲିକଙ୍କ ପରାମର୍ଶକ୍ରମେ ପରିବାର ନିୟନ୍ତ୍ରଣ ଅପରେସନ୍‌‌ ପାଇଁ ବରପଦା ଡାକ୍ତରଖାନାରେ ହୋଇଥିବା କ୍ୟାମ୍ପ୍‌‌କୁ ଗତ ୨୫ତାରିଖରେ ଯାଇଥିଲା। ସେଠାରେ ଅସ୍ତ୍ରୋପଚାର ପରେ ଜୟନ୍ତୀ ତାଙ୍କ ବାପାଙ୍କ ଘରେ ରହିଥିଲେ। ତେବେ ସେହିଦିନ ରାତିରେ ଜୟନ୍ତୀଙ୍କ ପେଟ ଫୁଲିବା, ବାନ୍ତି ହେବା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଗରପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଜୟନ୍ତୀଙ୍କ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଭଦ୍ରକରେ ପରିସ୍ରା ନାଡି କଟି ଯାଇଛି କହି ଡାକ୍ତର ମାଇନର ଅପରେସନ କରିଥିଲେ। ତେବେ ଜୟନ୍ତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୭ତାରିଖ ମଧ୍ୟାହ୍ନ ୧ଟାରେ ଜୟନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ କରାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରହି ମୃତାଙ୍କ ପିତା ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର ଓ ଖାମଖିଆଲ ନୀତି ଯୋଗୁଁ ତାଙ୍କ ଝିଅ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଓ ପୁଲିସ ଏହାର ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିକରିଛନ୍ତି I

Tags: