ନିଜ କ୍ୱାଟରରୁ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଢେଙ୍କାନାଳ : ନିଜ ସରକାରୀ ବାସ ଭବନରୁ ଢେଙ୍କାନାଳ ଟାଉନଥାନାର ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମହିଳା କନଷ୍ଟେବଳ ସୁନିତା ନାୟକ ଢେଙ୍କାନାଳ ଟାଉନଥାନା ଭିଏଚ୍ଏଫ୍ ବିଭାଗରେ କାର୍ଯ୍ୟରତ ଥିଲେ I ରିଜର୍ଭ ଲାଇନ ପୁଲିସ କ୍ଵାର୍ଟରରେ ଆଜି ଭୋର ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୁନିତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୁଲିସରେ କାର୍ଯ୍ୟରତ […]
ଢେଙ୍କାନାଳ : ନିଜ ସରକାରୀ ବାସ ଭବନରୁ ଢେଙ୍କାନାଳ ଟାଉନଥାନାର ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମହିଳା କନଷ୍ଟେବଳ ସୁନିତା ନାୟକ ଢେଙ୍କାନାଳ ଟାଉନଥାନା ଭିଏଚ୍ଏଫ୍ ବିଭାଗରେ କାର୍ଯ୍ୟରତ ଥିଲେ I ରିଜର୍ଭ ଲାଇନ ପୁଲିସ କ୍ଵାର୍ଟରରେ ଆଜି ଭୋର ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଆଜି ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୁନିତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୁଲିସରେ କାର୍ଯ୍ୟରତ ଅଛନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ପାଇଁ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଆଜି ଭୋର ୪ଟାରେ ସୁନିତା ବାଥରୁମ ଯାଇଥିଲେ। ଦୀର୍ଘ ସମୟ ଧରି ବାଥରୁମ ଭିତରୁ ନବାହାରିବାରୁ ସନ୍ଦେହ ବଢିଥିଲା। ପରେ ଯାଇ ଦେଖିବାରୁ ବାଥରୁମ ନିକଟରେ ଥିବା ଆଉ ଏକ କୋଠରୀରେ ସେ ଓଢଣୀରେ ଝୁଲି ପଡିଥିଲେ।
ପରେ ଖବର ପାଇବା ପରେ ଟାଉନ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୁନିତା ୨୦୧୧ ମସିହାରେ ବିବାହ କରିଥିଲେ। ତାଙ୍କର ୯ ବର୍ଷର ପୁଅ ଓ ୫ ବର୍ଷର ଝିଅ ଅଛନ୍ତି। ଉଭୟ ସ୍ୱାମୀ ପୋଲିସ ବିଭାଗରେ ଚାକିରୀ କରୁଥିଲେ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ତିକ୍ତତା ଲାଗିରହିଥିଲା। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଘଟଣା ସମ୍ପର୍କରେ ସଠିକ ତଥ୍ୟ ହାସଲ ହୋଇପାରି ନାହିଁ I




