ମହିଳା ଜୀବନ୍ତ ଦଗ୍ଧ,ସନ୍ଦେହରେ ସ୍ୱାମୀ
ଭୋଗରାଇ: ବନ୍ଦ ଘରେ ମହିଳା ଜୀବନ୍ତ ଦଗ୍ଧ I ମୃତ ମହିଳାହେଲେ ଅର୍ଚ୍ଚନା ବେହେରା। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ରସଲପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ମହିଳା ଜଣଙ୍କ କେମିତି ପୋଡି ହୋଇଗଲେ ଏପର୍ଯ୍ୟନ୍ତ ସଠିକ ତଥ୍ୟ ଜଣ ପଡ଼ିନାହିଁ I ଘର ଭିତରୁ ଧୂଆଁ ବାହାରୁଥିବାର ଦେଖି ପଡୋଶୀ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ I ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି। ସୂଚନାନୁସାରେ, ରସଲପୁର […]
ଭୋଗରାଇ: ବନ୍ଦ ଘରେ ମହିଳା ଜୀବନ୍ତ ଦଗ୍ଧ I ମୃତ ମହିଳାହେଲେ ଅର୍ଚ୍ଚନା ବେହେରା। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ରସଲପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ମହିଳା ଜଣଙ୍କ କେମିତି ପୋଡି ହୋଇଗଲେ ଏପର୍ଯ୍ୟନ୍ତ ସଠିକ ତଥ୍ୟ ଜଣ ପଡ଼ିନାହିଁ I ଘର ଭିତରୁ ଧୂଆଁ ବାହାରୁଥିବାର ଦେଖି ପଡୋଶୀ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ I ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି।
ସୂଚନାନୁସାରେ, ରସଲପୁର ଗାଁର ମୃତ ଅର୍ଚ୍ଚନାଙ୍କ ସ୍ବାମୀ ଭାସ୍କର ବେହେରା ବାହାର ରାଜ୍ୟରେ ସ୍ତ୍ରୀ ସହିତ ଯାଇ କାମଧନ୍ଦା କରନ୍ତି। ନିକଟରେ ଉଭୟେ ଘରକୁ ଫେରିଥିଲେ I ତେବେ ଭାସ୍କର ଅନେକ ସମୟରେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ I ଶୁକ୍ରବାର ସକାଳେ ଭାସ୍କରଙ୍କ ଘରୁ ଧୂଆଁ ବାହାରୁ ଥିବାରୁ ଦେଖି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଅର୍ଚ୍ଚନାଙ୍କ ମୃତ୍ୟୁ ଘଟି ସାରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେପଟେ ଘଟଣାସ୍ଥଳରୁ ସ୍ୱାମୀ ଫେରାର ରହିଥିବାବେଳେ ପାରିବାରିକ କଳହକୁ ନେଇ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।




