ସନ୍ଦେହ ଘେରରେ ମହିଳା ASI ଙ୍କ ମୃତ୍ୟୁ,ସ୍ୱାମୀ ଆଣିଲେ ହତ୍ୟା ଅଭିଯୋଗ

ରାଉରକେଲା : ଡିଉଟିରେ ଥାଇ ମହିଳା ASIଙ୍କ ମୃତ୍ୟୁ I ଏକ ସଡକ ଦୁର୍ଘଟଣାର ତଦନ୍ତ କରିବାକୁ ଯାଇଥିବାବେଳେ ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି I ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ସମ୍ପୃକ୍ତ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ଜଣ ପଡି ନଥିବାବେଳେ ଏଏସଆଇଙ୍କ […]

Samaya Live Picture
Published On

ରାଉରକେଲା : ଡିଉଟିରେ ଥାଇ ମହିଳା ASIଙ୍କ ମୃତ୍ୟୁ I ଏକ ସଡକ ଦୁର୍ଘଟଣାର ତଦନ୍ତ କରିବାକୁ ଯାଇଥିବାବେଳେ ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି I ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ସମ୍ପୃକ୍ତ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ଜଣ ପଡି ନଥିବାବେଳେ ଏଏସଆଇଙ୍କ ସ୍ୱାମୀ ଆଣିଛନ୍ତି ହତ୍ୟା ଅଭିଯୋଗ।

ସୂଚନାନୁସାରେ, ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ଘରୋଇ ଯାତ୍ରୀବାହୀ ବସ୍‌ ‘ରାଜା ଗୋଲ୍‌ଡ’ କିଛି ଯାତ୍ରୀଙ୍କୁ ନେଇ ରାଜଗାଙ୍ଗପୁରରୁ ରାଉରକେଲା ଆସୁଥିଲା । ଏସ୍‌ଟିଆଇ ଛକଠାରୁ କିଛି ଦୂର ‘ଅଗ୍ରସେନ ଭବନ’ ନିକଟରେ ବସ୍‌ ଏକ କାର୍‌କୁ ଧକ୍କା ଦେଇଥିଲା । ଡ୍ରାଇଭର ଓ ପଛରେ ବସିଥିବା କିଛି ଯୁବକ କାର୍‌ରୁ ଓହ୍ଲାଇ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ସହ ପାଟିତୁଣ୍ଡ କରିଥିଲେ । କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ବସ୍‌ର କଣ୍ଡକ୍ଟର ଯାତ୍ରୀମାନଙ୍କୁ ବସ୍‌ଷ୍ଟାଣ୍ଡରେ ଛାଡି ଫେରିଲା​ବେଳେ କ୍ଷତିପୂରଣ ଦେବାକୁ କାର୍‌ର ଡ୍ରାଇଭରଙ୍କୁ କହିଥିଲେ । ସେଠାରୁ ବସ୍‌ ନେଇ ବାହାରି ଯାଇଥିଲେ । ଅଧଘଣ୍ଟା ପରେ ବସ୍‌ ରାଉରକେଲାରୁ ରାଜଗାଙ୍ଗପୁର ବାହାରିଥିଲା । ଆର୍‌ଏମ୍‌ସି ଅଫିସ୍‌ ନିକଟରେ କାର୍‌ର ଡ୍ରାଇଭର କିଛି ଯୁବକ ବସ୍‌କୁ ଅଟକାଇ ଭଙ୍ଗାରୁଜା କରିଥିଲେ । ଦୁର୍ଘଟଣା ପରେ ଉତ୍ତେଜନାକୁ ନିୟନ୍ତ୍ରଣ ପାଇଁ ଯାଇଥିଲେ ମହିଳା ଥାନା ASI ଆଲିଶା ନରମି ଲୁଗୁନ। କିନ୍ତୁ ସେଠାରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଅସୁସ୍ଥତା ଯୋଗୁଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ତାଙ୍କର ମୃତ୍ୟୁ ହେଲା, ସେନେଇ ଉଦିତନଗର ପୋଲିସ ତଦନ୍ତ କରୁଛି I ଉଲ୍ଲେଖଯୋଗ୍ୟ,ଏହା ପୂର୍ବରୁ ASI ଆଲିଶା ନରମି ଲୁଗୁନ ମୃତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ I

Tags: