ସ୍ୱମୀଙ୍କ ଆତ୍ମହତ୍ୟା ଖବର ଶୁଣି ସ୍ତ୍ରୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା : ସ୍ୱାମୀଙ୍କ ଆତ୍ମହତ୍ୟା ପରେ ପରେ ସ୍ତ୍ରୀ ମଧ୍ୟ କଲେ ଆତ୍ମହତ୍ୟା । ଗୋଟିଏ ପରିବାରରୁ ଏକା ଦିନେ ଲିଭିଗଲା ଦୁଇଟି ଜୀବନଦୀପ I କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା ର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ I ଏପରି ହୃଦୟବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁ ରେ I ମୃତକ ଦୁଇଜଣ ହେଲେ ସମରେନ୍ଦ୍ର ସେନାପତି ଏବଂ ତାଙ୍କ ସ୍ତ୍ରୀ ସୁନିତା I ସୂଚନାନୁସାରେ, ସମରେନ୍ଦ୍ର ଏକ ରଙ୍ଗ କମ୍ପାନୀରେ […]

Samaya Live Picture
Published On

ଖୋର୍ଦ୍ଧା : ସ୍ୱାମୀଙ୍କ ଆତ୍ମହତ୍ୟା ପରେ ପରେ ସ୍ତ୍ରୀ ମଧ୍ୟ କଲେ ଆତ୍ମହତ୍ୟା । ଗୋଟିଏ ପରିବାରରୁ ଏକା ଦିନେ ଲିଭିଗଲା ଦୁଇଟି ଜୀବନଦୀପ I କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା ର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ I ଏପରି ହୃଦୟବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗି ଗାଁ ରେ I ମୃତକ ଦୁଇଜଣ ହେଲେ ସମରେନ୍ଦ୍ର ସେନାପତି ଏବଂ ତାଙ୍କ ସ୍ତ୍ରୀ ସୁନିତା I

ସୂଚନାନୁସାରେ, ସମରେନ୍ଦ୍ର ଏକ ରଙ୍ଗ କମ୍ପାନୀରେ କାମକରୁଥିବାବେଳେ କିଛିଦିନ ତଳେ ସେ ଘରକୁ ଆସିଥିଲେ। ସକାଳେ ସେ ବିଳକୁ କାମ କରିବା ପାଇଁ ଯାଇଥିଲେ। ମଧ୍ୟାହ୍ନରେ ଘରକୁ ଫେରି କୌଣସି କଥାକୁ ନେଇ ସ୍ତ୍ରୀ ସୁନିତାଙ୍କୁ ସହିତ ଯୁକ୍ତି ତର୍କ ହୋଇଥିଲା । ଏହାପରେ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଇଥିଲେ I କିଛି ସମୟ ପରେ କବାଟ ନଖୋଲିବାରୁ ପରିବାର ଲୋକେ ଆସି କବାଟ ତାଡି ଦେଖିବାବେଳକୁ ସେ ଏକ ଗାମୁଛା ବେକରେ ଗୁଡ଼ାଇ ଝୁଲି ପଡ଼ିଥିଲେ I ଏହି ଖବର ପାଇଁ ତାଙ୍କ ସ୍ତ୍ରୀ ସୁନିତା ମଧ୍ୟ ଗୋଟିଏ ଘରଭିତରେ ପଶି ବିଦ୍ୟୁତ ସଂସ୍ପର୍ଶରେ ଆସି ଆତ୍ମହତ୍ୟା କରିଥିଲେ I ଏଭଳି ପରିସ୍ଥତିରେ ପରିବାର ଲୋକେ ହତବାକ ହୋଇ ଯାଇଥିଲେ I ତୁରନ୍ତ ଉଭୟଙ୍କୁ ଘର ଭିତରୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ କୁ ନେଇଥିଲେ ସେଠାରେ ତକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ଖବରପାଇ ପୋଲିସ ପହଁଚି ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଜାରି ରଖିଛି I ଉଭୟଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି I

Tags: