ଜ୍ୱାଇଁର କଟୁରୀ ଚୋଟରେ ସ୍ତ୍ରୀ,ଶାଶୁ ,ଶ୍ୱଶୁର ଗୁରୁତର
ବାଙ୍କୀ : ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ । କଟୁରୀରେ ହାଣି ସ୍ତ୍ରୀ ସହ ଶାଶୂ, ଶଶୁରଙ୍କୁ କଲା ଗୁରୁତର । ସଙ୍କଟାପନ୍ନ ଅବସ୍ଥାରେ ସ୍ତ୍ରୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶାଶୁ ଓ ଶ୍ୱଶୁରଙ୍କୁ ଭର୍ତି କରାଯାଇଛି । ଏଭଳି ନାରକୀୟ କାଣ୍ଡ ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଶିଶୁଆ ଗାଁରେ । ଘଟଣାପରେ ସେଠାରୁ ଫେରାର ହୋଇଯାଇଛି ଅଭିଯୁକ୍ତ ଜ୍ୱାଇଁ । ବାଙ୍କୀ ଥାନାରେ ଅଭିଯୋଗ […]
ବାଙ୍କୀ : ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ । କଟୁରୀରେ ହାଣି ସ୍ତ୍ରୀ ସହ ଶାଶୂ, ଶଶୁରଙ୍କୁ କଲା ଗୁରୁତର । ସଙ୍କଟାପନ୍ନ ଅବସ୍ଥାରେ ସ୍ତ୍ରୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶାଶୁ ଓ ଶ୍ୱଶୁରଙ୍କୁ ଭର୍ତି କରାଯାଇଛି । ଏଭଳି ନାରକୀୟ କାଣ୍ଡ ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଶିଶୁଆ ଗାଁରେ । ଘଟଣାପରେ ସେଠାରୁ ଫେରାର ହୋଇଯାଇଛି ଅଭିଯୁକ୍ତ ଜ୍ୱାଇଁ । ବାଙ୍କୀ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରୁଛି ପୋଲିସ ।
ଗାଁର ସଞ୍ଜୟ ଦାସ ନିଜ ଶ୍ୱଶୁର ଘରକୁ ଆସି ପତ୍ନୀ ପୁଷ୍ପାଙ୍କୁ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ । ପୁଷ୍ପା ତାଙ୍କ ସହ ନଯିବାବାରୁ କଟୁରୀରେ ତାଙ୍କୁ ହାଣି ରକ୍ତାକ୍ତ କରିଥିଲେ । ଶ୍ୱଶୁର ଓ ଶାଶୂ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ବି ହାଣି ଗୁରୁତର କରିଥିଲା । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ପୁଷ୍ପାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।


