ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କିଏ ଓ କାହିଁକି କଲା ଗୁଳିମାଡ଼

ଝାରସୁଗୁଡା : ଗତ କାଲି ଦିନ ୧୨ ତା ବେଳେ ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁଳିମାଡ଼ରେ ଗୁରୁତର ହୋଇଥିଲେ । ଏହା ପରେ ତାଙ୍କୁ ଝାରସୁଗୁଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏୟାର ଲିଫ୍ଟ କରାଯାଇଥିଲା I ଭୁବନେଶ୍ୱର ଆପୋଲରେ ଆତଙ୍କ ୫ ଜଣିଆ ଡାକ୍ତରୀ ଟିମ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ସେ ସନ୍ଧ୍ୟା ୭.୧୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ […]

Samaya Live Picture
Published On

ଝାରସୁଗୁଡା : ଗତ କାଲି ଦିନ ୧୨ ତା ବେଳେ ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁଳିମାଡ଼ରେ ଗୁରୁତର ହୋଇଥିଲେ । ଏହା ପରେ ତାଙ୍କୁ ଝାରସୁଗୁଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏୟାର ଲିଫ୍ଟ କରାଯାଇଥିଲା I ଭୁବନେଶ୍ୱର ଆପୋଲରେ ଆତଙ୍କ ୫ ଜଣିଆ ଡାକ୍ତରୀ ଟିମ ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ସେ ସନ୍ଧ୍ୟା ୭.୧୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ I । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲୋ ହସ୍ପିଟାଲ ପହଞ୍ଚିଥିଲେ ।

ସୂଚନାନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବ୍ରଜରାଜନଗରରେ ଦଳୀୟ ଅଫିସ୍ ଉଦଘାଟନ ପାଇଁ ଯିବାବେଳେ ଗାନ୍ଧି ଛକ ନିକଟରେ ପ୍ରାୟ ଦିନ ୧୨ଟା ସମୟରେ ସ୍ଥାନୀୟ ଫାଣ୍ଡି ଅଫିସର ଗୋପାଳ ଦାସ(ନବଙ୍କ ପୂର୍ବତନ ଅଙ୍ଗରକ୍ଷୀ) ତାଙ୍କ ଉପରକୁ ଅତି ନିକଟରୁ ୩ ରାଉଣ୍ଡ ଗୁଳିମାଡ଼ କରିଥିଲେ । ନବ ଦାସଙ୍କୁ ଗୋଟିଏ ଗୁଳି ବାଜିଥିଲା । ବାମପଟ ଛାତିରେ ଗୁଳି ଫୁଟି ପିଠିପଟେ ବାହାରି ଯାଇଥିଲା । ଫଳରେ ହାର୍ଟ ଓ ବାମପଟ ଫୁସଫୁସରେ କ୍ଷତ ହୋଇଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।ତେବେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ପାରିପାଶ୍ୱିର୍କ ପରିସ୍ଥିତି ତାଙ୍କ ଉପରେ ଗୁଳିମାଡ଼କୁ ଅଧିକ ରହସ୍ୟାବୃତ କରିଦେଇଛି ।

ଏପଟେ କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଓ ତତ୍କାଳ ଛାନଭିନ୍ କରାଇ ରାଜ୍ୟ ସରକାର ଘଟଣା ଉପରେ ସକ୍ରିୟତା ଦେଖାଇଥିଲେ ମଧ୍ୟ ନିଜର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପରେ ଏଭଳି ଗୁଳିମାଡ଼ ସମ୍ପର୍କରେ କିଭଳି ଆଗୁଆ ସୁରାକ୍ ପାଇଲେ ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତଦନ୍ତ ନିର୍ଦ୍ଦେଶ ପାଇବାପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ଘଟଣାସ୍ଥଳ ବୁଲି ଦେଖିଛନ୍ତି । କ୍ରାଇମବ୍ରାଞ୍ଚର ଏକ ଟିମ ମଧ୍ୟ ଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ହେଉଛି ମନ୍ତ୍ରୀଙ୍କର ପୂର୍ବତନ ଅଙ୍ଗରକ୍ଷୀ I ତାଙ୍କଙ୍କ ଘର ବ୍ରହ୍ମପୁର ଆଙ୍କୋଲି ଶିଳ୍ପାଞ୍ଚଳ ଛକ ପଞ୍ଚଶୀଳମାର୍ଗ। ଏଠାରେ ତାଙ୍କର ପତ୍ନୀ ଜୟନ୍ତୀ ଓ ପୁଅ-ଝିଅ ରହୁଛନ୍ତି। ଗୋପାଳଙ୍କ ପରିବାର, ମାନସିକ ଅବସ୍ଥା ଓ ଛୁଟି କଥା ଉଠାଇଛନ୍ତି। ପରିବାର ଲୋକଙ୍କ କହିବାନୁସାରେ, ଗୋପାଳଙ୍କ ମାନସିକ ଅବସ୍ଥା ଠିକ୍‌ ନଥିଲା। ଏଥିପାଇଁ ୮/୯ବର୍ଷ ହେବ ସେ ଔଷଧ ଖାଉଥିଲେ। ତେବେ, ସେ କାହିଁକି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଗୁଳିମାଡ଼ କଲେ, ସେ ସମ୍ପର୍କରେ ଜାଣିନଥିବା କହିଛନ୍ତି।

ଏଏସ୍‌ଆଇ ଗୋପାଳଙ୍କ ଗ୍ରାମ ଆଙ୍କୋଲି ଜଳେଶ୍ବରଖଣ୍ଡି ହୋଇଥିବା ବେଳେ ସେ ପଞ୍ଚଶୀଳମାର୍ଗରେ ଘର ତିଆରି କରିଛନ୍ତି। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ସେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ। ଗତ ୧୨ବର୍ଷ ତଳେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ସେ ଝାରସୁଗୁଡ଼ା ଅବସ୍ଥାପିତ ହୋଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀଦାସଙ୍କ ଗୁଳିମାଡ଼ ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖି ଗୋପାଳଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ସ୍ବାମୀ ଆଜି ସକାଳେ ଝିଅକୁ ‌ଭିଡ଼ିଓ କଲ୍‌ କରିଥିଲେ। ଜରୁରି ଫୋନ୍‌ ଆସୁଛି ବୋଲି କହି ଫୋନ୍‌ କାଟି ଦେଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କୌଣସି ଶତ୍ରୁତା ନଥିଲା କି ଏନେଇ ସେ ପୂର୍ବରୁ କିଛି ଆଲୋଚନା କରିନଥିଲେ। ତାଙ୍କର ମାନସିକ ସ୍ଥିତି ଠିକ୍‌ ନଥିଲା। ଗତ ପ୍ରାୟ ୮/୯ବର୍ଷ ହେଲା ଔଷଧ ସେବନ କରୁଥିଲେ। କାହାକୁ ମାଡ଼ପିଟ୍‌ କି ଗାଳିଗୁଲଜ କରୁ ନଥିଲେ। ଗତ ପ୍ରାୟ ୪/୫ମାସ ତଳେ ଘରକୁ ଆସିଥିଲେ ବୋଲି ପତ୍ନୀ ଜୟନ୍ତୀ କହିଛନ୍ତି। ତେବେ ଯାହା ଶୁଣାଯାଉଛି ମନ୍ତ୍ରୀ ଶ୍ରୀ ଦାସଙ୍କ ସହିତ ଅଭିଯୁକ୍ତ ପୁଲିସ ଅଧିକାରୀ ଗୋପାଳ ଦାସଙ୍କ ମାସେ ପୂର୍ବରୁ କୌଣସି କାରଣକୁ ନେଇ ବଚସା ହୋଇଥିଲା I ଜଣେ ମନ୍ତ୍ରୀଙ୍କ ସହିତ ଏହି ତଳିଆ ଅଧିକାରୀଙ୍କ କାହିଁକି ବଚସା ହୋଇଥିଲା, ସେ ନେଇ କୌଣସି ତଥ୍ୟ ମିଳିନାହିଁ।