ଜବତ ହେଲା ୩୦ଲକ୍ଷ ଟଙ୍କାର ଧଳା ଜହର, ୪ ବେପାରୀ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧାରୁ ଧରାପଡ଼ିଲେ ୪ ବ୍ରାଉନ ସୁଗାର ବେପାରୀ I ଏହା ସହିତ ୩୦୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି ଆଦର୍ଶ ଥାନା ପୁଲିସ I ଯାହାର ମୂଲ୍ୟ ଆନୁମାନିକ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସ୍ଥାନୀୟ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରେ ଏହି କାରବାର ଚାଲୁଥିବା ଖବର ପାଇବାପରେ ଅଚାନକ ପୁଲିସ ଚଢଉ କରିଥିଲା । ପୋଲିସ ହେପାଜତକୁ ଯାଇଥିବା ୪ ଜଣ ବେପାରୀ ହେଲେ ସ୍ୱପ୍ନେଶ୍ୱରସାହିର ସାରଥୀ ନାୟକ (୩୨) ସମେତ […]

Samaya Live Picture
Published On

ଖୋର୍ଦ୍ଧା : ଖୋର୍ଦ୍ଧାରୁ ଧରାପଡ଼ିଲେ ୪ ବ୍ରାଉନ ସୁଗାର ବେପାରୀ I ଏହା ସହିତ ୩୦୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି ଆଦର୍ଶ ଥାନା ପୁଲିସ I ଯାହାର ମୂଲ୍ୟ ଆନୁମାନିକ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସ୍ଥାନୀୟ ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରେ ଏହି କାରବାର ଚାଲୁଥିବା ଖବର ପାଇବାପରେ ଅଚାନକ ପୁଲିସ ଚଢଉ କରିଥିଲା ।

ପୋଲିସ ହେପାଜତକୁ ଯାଇଥିବା ୪ ଜଣ ବେପାରୀ ହେଲେ ସ୍ୱପ୍ନେଶ୍ୱରସାହିର ସାରଥୀ ନାୟକ (୩୨) ସମେତ ଚିତରଞ୍ଜନ ସାହୁ ଓରଫ ଚିତ(୩୬), ଗଡଖୋର୍ଦ୍ଧା ପ୍ରଧାନସାହିର ଅନୀଲ କୁମାର ବିଶ୍ୱାଳ (୧୯) ଏବଂ ତରତୁଆର ସେକ ତଇସିମ ଓରଫ କୁନାଲ ଓରଫ କୋନୋ (୩୩) । ଏହି ୪ ଜଣ ବ୍ରାଉନ ସୁଗାର ବେପାର ପାଇଁ ଡ଼ିଲ କରୁଥିବା ବେଳେ ପୋଲିସ ହାତରେ ଧାରା ପଡିଛନ୍ତି I ଏ ନେଇ ଆଦର୍ଶଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି । ୪୪୮/୨୩ରେ ଏକ ମାମଲା ରୁଜୁକରି ପୁଲିସ ସେମାନଙ୍କୁ ଆଜି କୋର୍ଟଚାଲାଣ କରିଛି । ଏତେ ପରିମାଣର ବ୍ରାଉନସୁଗର କେଉଁଠୁ ଆଣିଥିଲେ, ଏହା ପଛରେ ଆଉ କିଏ କିଏ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଚାଲିଥିବା ଶ୍ରୀ ମୁର୍ମୁ କହିଛନ୍ତି । ତେବେ ଗିରଫ ସାରଥୀ, ଚିତ ଓ କୁନାଲ ନାଁରେ ପୂର୍ବରୁ ମାମଲା ରହିଛି ବୋଲି କହିଥିଲେ ।

ପୋଲିସ ସୂଚନାନୁସାରେ, ସାମନ୍ତରାପୁର ସ୍ୱପ୍ନେଶ୍ୱର ସାହିରେ ବ୍ରାଉନସୁଗାର ବେପାର ସମ୍ପର୍କରେ ପୂର୍ବରୁ ପୋଲିସ ନିକଟରେ ଖବର ପହଞ୍ଚିଥିଲା I ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଦିଲିପ କୁମାର ଦାସ ଓ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କ ତତ୍ୱାବଧାନରେ ସେମାନଙ୍କୁ ଧରିବା ଲାଗି ଏକ ଟିମ ଗଠନ କରାଯାଇଥିଲା । ଏସଆଇ ସୁକାନ୍ତ ଦଳେଇଙ୍କ ନେତୃତ୍ୱରେ ଏଏସଆଇ ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ୪ଜଣଙ୍କୁ ନେଇ ଏହି ଟିମ ଚଢଉ କରିଥିଲା । ଚଢଉବେଳେ ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ ହେଁ ପୁଲିସ କାବୁ କରିନେଇଥିଲା ବୋଲି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ କହିଛନ୍ତି ।

Tags: