ଧରାପଡ଼ିଲେ ପଶ୍ଚିମବଙ୍ଗ ମହିଳା ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର : କମିଶନରେଟ ପୁଲିସ ହାତରେ ଧରାପଡ଼ିଲେ ପଶ୍ଚିମବଙ୍ଗର ମହିଳା ଲୁଟେରା ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ ନୟାପଲ୍ଲୀ ପୋଲିସ୍‌ ଗିରଫ କରିଛି। ଏହି ମହିଳାମାନେ ସପିଂ ମଲଗୁଡ଼ିକୁ ଗ୍ରାହକ ବେଶରେ ଯାଇ ଜିନିଷ ଚୋରି କରୁଥିଲେ । ଏମାନେ ମଲ୍‌ ଭିତରେ ପଶି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଏମାନେ ଲୁଟ୍‌ କରିଥାନ୍ତି। ଧରାପଡ଼ିଥିବା ମହିଳାଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ ହୋଇଛି। ଏନେଇ […]

Samaya Live Picture
Published On

ଭୁବନେଶ୍ୱର : କମିଶନରେଟ ପୁଲିସ ହାତରେ ଧରାପଡ଼ିଲେ ପଶ୍ଚିମବଙ୍ଗର ମହିଳା ଲୁଟେରା ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ ନୟାପଲ୍ଲୀ ପୋଲିସ୍‌ ଗିରଫ କରିଛି। ଏହି ମହିଳାମାନେ ସପିଂ ମଲଗୁଡ଼ିକୁ ଗ୍ରାହକ ବେଶରେ ଯାଇ ଜିନିଷ ଚୋରି କରୁଥିଲେ । ଏମାନେ ମଲ୍‌ ଭିତରେ ପଶି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଏମାନେ ଲୁଟ୍‌ କରିଥାନ୍ତି। ଧରାପଡ଼ିଥିବା ମହିଳାଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏସିପି ଜୋନ-୫ ସଞ୍ଜୀବ ଶତପଥୀ । ଗତ ମେ’ ୩୧ ତାରିଖରେ ଓ ଗତକାଲି ରିଲାଏନ୍ସ ମଲରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିଲା । ଏହି ଚୋରି ମୂଳରେ କିଛି ମହିଳାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା ।

ବିଶେଷ କରି ରଥଯାତ୍ରା ଓ ପର୍ବ ପର୍ବାଣୀ ସମୟରେ ଓଡିଶା ଆସି ଏହି ଲେଡି ଲୁଟେରା ଗ୍ୟାଙ୍ଗ ଲୁଟତରାଜ କରିଥାନ୍ତି। ଗତକାଲି କାଲି ସନ୍ଧ୍ୟାରେ ମହିଳାମାନେ ଆସି ପୁଣି ଚୋରି କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । ଗ୍ୟାଙ୍ଗର ୯ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି । ଧରାପଡ଼ିଥିବା ଲେଡି ଲୁଟେରା ଗ୍ୟାଙ୍ଗକୁ ନେଇ ଭୁବନେଶ୍ୱର ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି, ‘ଗିରଫ ହୋଇଥିବା ୯ ଜଣ ମହିଳାଙ୍କ ଘର ପଞ୍ଚିମବଙ୍ଗ ୨୪ ପ୍ରଗଣାର ହାସିର୍‌ ଗାଁରେ । ସେମାନଙ୍କର ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି । ସେମାନେ ଖାଲି ଓଡ଼ିଶା ନୁହେଁ ପାର୍ବଣ ଋତୁରେ ଦେଶର ବିଭିନ୍ନ ସହର ବୁଲି ଏହି ଗ୍ୟାଙ୍ଗ ଚୋରି କରିଥାନ୍ତି।

Tags: