ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣା,ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ

କଟକ : ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କ ମୃତ୍ୟୁ I କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ଖବର ମିଳିଛି। ୧୬ ତାରିଖ ରାତି ୨ ଟା ସମୟରେ ସେ ଭର୍ତି ହୋଇଥିଲେ। ତାଙ୍କ ଶରୀରର ୮୦% ଭାଗ ଜଳିଯାଇଥିଲା। ଘର ତାଙ୍କର ପଶ୍ଚିମବଙ୍ଗ ହୋଇଥିଲେ ବି ବାଲେଶ୍ଵର ଅଞ୍ଚଳର ଫେକ୍ ଆଧାର କାର୍ଡ ଦେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପଶ୍ଚିମବଙ୍ଗରେ କୌଣସି ଡାକ୍ତରଖାନାରେ ଭର୍ତ୍ତି ହେଲେ […]

Samaya Live Picture
Published On

କଟକ : ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କ ମୃତ୍ୟୁ I କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ଖବର ମିଳିଛି। ୧୬ ତାରିଖ ରାତି ୨ ଟା ସମୟରେ ସେ ଭର୍ତି ହୋଇଥିଲେ। ତାଙ୍କ ଶରୀରର ୮୦% ଭାଗ ଜଳିଯାଇଥିଲା। ଘର ତାଙ୍କର ପଶ୍ଚିମବଙ୍ଗ ହୋଇଥିଲେ ବି ବାଲେଶ୍ଵର ଅଞ୍ଚଳର ଫେକ୍ ଆଧାର କାର୍ଡ ଦେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପଶ୍ଚିମବଙ୍ଗରେ କୌଣସି ଡାକ୍ତରଖାନାରେ ଭର୍ତ୍ତି ହେଲେ ପୋଲିସ ହାତରେ ଧରାପଡ଼ିଯିବା ଭୟରେ ସେ ତାଙ୍କ ପୁଅ ଓ ଅନ୍ୟ ଜଣେ ସଂପର୍କୀୟଙ୍କ ସହିତ କଟକ ପଳାଇ ଆସିଥିଲେ। ଏନେଇ ଜଣାପଡ଼ିବା ପରେ ହସ୍ପିଟାଲ ପକ୍ଷରୁ କଟକ ପୁଲିସକୁ ସୂଚନା ଦିଆଯାଇଥିଲା ଏହାପରେ ପୁଲିସ ତାଙ୍କୁ ଗତକାଲି ଗିରଫ କରିଥିଲା।

ଭାନୁ ବାଗ ଓଡ଼ିଶା ପଳାଇ ଆସିଥିବା ନେଇ ପଶ୍ଚିମବଙ୍ଗ ପୋଲିସ ସନ୍ଦେହ କରିଥିଲା ଓ ଏନେଇ କଟକ କମିଶନରେଟ ପୋଲିସକୁ ଜଣାଇଥିଲା। କଟକ ପୋଲିସ ପକ୍ଷରୁ ଏନେଇ ଖୋଳତାଡ଼ କରାଯାଇଥିଲା। କଟକ ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଗତକାଲି ଭାନୁ ବାଗଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, କିଛି ଦିନ ତଳେ ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଏଗ୍ରା ଥାନା ଅଧୀନ ଖାଦିକୁଲ ଗ୍ରାମରେ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଖାଦିକୁଲରେ ଦୀର୍ଘ ୪୦ ବର୍ଷ ଧରି ଏକ ବାଣ କାରଖାନା ରହିଥିଲା। ଭାନୁ ବାଗ ନାମକ ଜଣେ ବ୍ୟକ୍ତି ଏହାକୁ ଚଳାଉଥିଲେ।

Tags: