ମିଛ ଖବର ପ୍ରସାରଣ କରି ୱେବ ଚ୍ୟାନେଲ ମାଲିକ ଗିରଫ
କେଉଁଝର : ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ ଏବଂ ଅଶ୍ଳୀଳ ମନ୍ତବ୍ୟ ଦେବା ଅଭିଯୋଗରେ ଜଣେ ୱେବ ଚ୍ୟାନେଲର ମାଲିକଙ୍କୁ ଗିରଫ କରାଯାଇଛି । କମିଶନରେଟ ପୋଲିସ ୱେବ ଚ୍ୟାନେଲ ମାଲିକ ସୁଧାଂଶୁ ରାଉତକୁ ବଡବିଲର ଏକ ଲଜରୁ ଗିରଫ କରିଛି । ସେ ଓଡ଼ିଶାର ଏକ ଅଗ୍ରଣୀ ନିଉଜ ଚାନେଲ ସମ୍ପାଦକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ କରୁଥିଲେ I ଏନେଇ ସୁଧାଂଶୁ ରାଉତଙ୍କ ନାଁରେ ଭୁବନେଶ୍ୱର ସହୀଦ ନଗର […]
କେଉଁଝର : ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ ଏବଂ ଅଶ୍ଳୀଳ ମନ୍ତବ୍ୟ ଦେବା ଅଭିଯୋଗରେ ଜଣେ ୱେବ ଚ୍ୟାନେଲର ମାଲିକଙ୍କୁ ଗିରଫ କରାଯାଇଛି । କମିଶନରେଟ ପୋଲିସ ୱେବ ଚ୍ୟାନେଲ ମାଲିକ ସୁଧାଂଶୁ ରାଉତକୁ ବଡବିଲର ଏକ ଲଜରୁ ଗିରଫ କରିଛି । ସେ ଓଡ଼ିଶାର ଏକ ଅଗ୍ରଣୀ ନିଉଜ ଚାନେଲ ସମ୍ପାଦକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ କରୁଥିଲେ I ଏନେଇ ସୁଧାଂଶୁ ରାଉତଙ୍କ ନାଁରେ ଭୁବନେଶ୍ୱର ସହୀଦ ନଗର ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ପୂର୍ବରୁ ସୁଧାଂଶୁ ଆର୍ନ୍ତଜାତୀୟ ଅଲିମ୍ପିକ ଖେଳାଳୀ ଦୂତୀ ଚାନ୍ଦଙ୍କ ବିରୋଧରେ ଏଭଳି ମିଛ ଏବଂ ଅଶାଳୀନ ବ୍ୟବହାର କରି ପୂର୍ବରୁ ଗିରଫ ହୋଇ ୬ ମାସ ଝାରପଡା ଜେଲରେ ରହି ମୁକୁଳିଛନ୍ତି ।
ତାଙ୍କ ନାଁରେ ଭୁବନେଶ୍ୱରରେ ବିଭିନ୍ନ ଥାନରେ ଅପରାଧିକ ମାମଲା ମଧ୍ୟ ରହିଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନକଲି ଲେଟର ପ୍ୟାଡ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ରହିଛି ।




