ଅବସର ଦିନକ ପୂର୍ବରୁ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର : ଆଉ ୨ ଦିନ ପରେ ସରିଥାନ୍ତା ଚାକିରୀ ଜୀବନ । କିନ୍ତୁ ଭିଜିଲାନ୍ସ ଜାଲରୁ ମୁକୁଳି ପାରିଲେନି ସରକାରୀ ବାବୁ । ଘରୁ ଜବତ ହୋଇଛି ପାଖାପାଖି ଅଢେଇ କୋଟି ଟଙ୍କା ସହ ପୁଳା ପୁଳା ସୁନା ଓ ରୁପା ଅଳଙ୍କାର । ତେବେ ଘରେ ଭିଜିଲାନ୍ସ ପଶିବା ବେଳକୁ ବାବୁଙ୍କ ସମ୍ପର୍କୀୟ ମାନେ ଝରକା ଦେଇ ବିଡା ବିଡା ୫୦୦ ଟଙ୍କିଆ ନୋଟ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା । ଏହି କୁବେର […]
ଭୁବନେଶ୍ୱର : ଆଉ ୨ ଦିନ ପରେ ସରିଥାନ୍ତା ଚାକିରୀ ଜୀବନ । କିନ୍ତୁ ଭିଜିଲାନ୍ସ ଜାଲରୁ ମୁକୁଳି ପାରିଲେନି ସରକାରୀ ବାବୁ । ଘରୁ ଜବତ ହୋଇଛି ପାଖାପାଖି ଅଢେଇ କୋଟି ଟଙ୍କା ସହ ପୁଳା ପୁଳା ସୁନା ଓ ରୁପା ଅଳଙ୍କାର । ତେବେ ଘରେ ଭିଜିଲାନ୍ସ ପଶିବା ବେଳକୁ ବାବୁଙ୍କ ସମ୍ପର୍କୀୟ ମାନେ ଝରକା ଦେଇ ବିଡା ବିଡା ୫୦୦ ଟଙ୍କିଆ ନୋଟ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା । ଏହି କୁବେର ବାବୁ ଜଣକ ହେଉଛନ୍ତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ତାଙ୍କ ଘରେ ନୋଟ ଗଦା ଦେଖି ଜଳକା ହେଇଥିଲା ଭିଜିଲାନ୍ସ । ବାବୁଙ୍କ ଘରେ ଟଙ୍କା ଗଣି ଗଣି ହୋଇଗଲେ ହାଲିଆ। ଶେଷରେ ଟଙ୍କା ଗଣିବା ପାଇଁ ଆସିଲା ଟଙ୍କା ଗଣା ମେସିନ। ଏପର୍ଯ୍ୟନ୍ତ ବାବୁଙ୍କ ଅନୁଗୁଳ ଘରୁ ୧ କୋଟିରୁ ଉର୍ଦ୍ଧ୍ବ ଏବଂ ଭୁବନେଶ୍ୱର ଘରୁ ୧ କୋଟି ଟଙ୍କା ନଗଦ ମିଳିଥିବାବେଳେ ବ୍ୟାଙ୍କରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜମା ରହିଥିବା ଜଣାପଡିଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବୈକୁଣ୍ଠଙ୍କ ଅନୁଗୋଳ ଜିଲ୍ଲାରେ ଥିବା ଘର ସମେତ ଭୁବନେଶ୍ବର, ପୁରୀର ୭ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଅନୁଗୋଳ କାରଡ଼ାଗାଡ଼ିଆ ସ୍ଥିତ ବାସଭବନ ସମେତ ଲୋକେଇପଶି, ମାଟିଆସାହି ଓ ଶିକ୍ଷକପଡ଼ାରେ ଚଢ଼ାଉ କରିଛି ଭିଜିଲାନ୍ସ ।
ସେହିପରି ଭୁବନେଶ୍ବରରେ ଥିବା ଅଫିସ ଓ ଡୁମଡୁମାରେ ଥିବା ଫ୍ଲାଟ୍ ସମେତ ପୁରୀ ଜିଲ୍ଲା ପିପିଲି ଶିଉଳାରେ ଥିବା ଫ୍ଲାଟରେ ଚଢ଼ାଉ ଜାରି ରହିଛି। ଢେଙ୍କାନାଳ ଭିଜିଲାନ୍ସ ବିଭାଗ DSP ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଚଢ଼ାଉରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇପାରିନାହିଁ ।




