ପୂର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଙ୍କୀ : ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ । ଡମପଡା ଦୁଲଣାପୁରର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ I ଗତ ପାଞ୍ଚ ବର୍ଷ ମଧ୍ୟରେ ମନରେଗା ଓ କୋଭିଡ ଅର୍ଥ ହରିଲୁଟ ମାମଲାରେ ରେଡ୍‌ କରୁଛି ଭିଜିଲାନ୍ସ । ତୁଳସୀପୁର ସ୍ଥିତ ପେଟ୍ରୋଲ ପମ୍ପରେ ମଧ୍ୟ ଚାଲିଛି ରେଡ୍‌ । ଗତ ୨୦୧୯/୨୦୨୧ ଆର୍ଥିକ ବର୍ଷରେ ପଞ୍ଚାୟତର ବିଭିନ୍ନ ଯୋଜନାରେ ବ୍ୟାପକ ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦୁଲଣାପୁର ଗ୍ରାମ ପଞ୍ଚାୟତର […]

Samaya Live Picture
Published On

ବାଙ୍କୀ : ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ । ଡମପଡା ଦୁଲଣାପୁରର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ I ଗତ ପାଞ୍ଚ ବର୍ଷ ମଧ୍ୟରେ ମନରେଗା ଓ କୋଭିଡ ଅର୍ଥ ହରିଲୁଟ ମାମଲାରେ ରେଡ୍‌ କରୁଛି ଭିଜିଲାନ୍ସ । ତୁଳସୀପୁର ସ୍ଥିତ ପେଟ୍ରୋଲ ପମ୍ପରେ ମଧ୍ୟ ଚାଲିଛି ରେଡ୍‌ । ଗତ ୨୦୧୯/୨୦୨୧ ଆର୍ଥିକ ବର୍ଷରେ ପଞ୍ଚାୟତର ବିଭିନ୍ନ ଯୋଜନାରେ ବ୍ୟାପକ ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦୁଲଣାପୁର ଗ୍ରାମ ପଞ୍ଚାୟତର ଲୋକେ ଲୋକାୟୂକ୍ତରେ ଅଭିଯୋଗ କରିଥିଲେ। ବିଶେଷ କରି ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ଆଜି ଏକକାଳୀନ ଭିଜିଲାନ୍ସ ସୁନୀଲଙ୍କ ଦୁଳଣାପୁର ସ୍ଥିତ ଘର ସମେତ ତାଙ୍କ ଶ୍ୱଶୁର ଘର ଓ ପେଟ୍ରୋଲ ଟାଙ୍କିରେ ବି ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

Tags: