ମତ୍ସ୍ୟ ବିଭାଗ ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ
ଭୁବନେଶ୍ୱର : ମତ୍ସ୍ୟ ବିଭାଗ ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି I କଟକ ଭୁବନେଶ୍ୱର,ପୁରୀ,ଭଦ୍ରକ ସମେତ ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ପାକସହରୀ ଚଢ଼ାଉ ଜାରି ରହିଛି I ସରକାରୀ ଅର୍ଥ ହଡପ ଅଭିଯୋଗରେ ମତ୍ସ୍ୟ ବିଭାଗର ଉପ ନିର୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ I ବସନ୍ତ ଦାସଙ୍କ ନାଁରେ ପୂର୍ବରୁ ମଧ୍ୟ ୯ ଲକ୍ଷ ୬୦ ହଜାର ଟଙ୍କାର ଏକ ଠକେଇ ମାମଲା କଟକ ଚୌଦ୍ୱାର […]
ଭୁବନେଶ୍ୱର : ମତ୍ସ୍ୟ ବିଭାଗ ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି I କଟକ ଭୁବନେଶ୍ୱର,ପୁରୀ,ଭଦ୍ରକ ସମେତ ଏକକାଳୀନ ୫ ଟି ସ୍ଥାନରେ ଭିଜିଲାନ୍ସ ପାକସହରୀ ଚଢ଼ାଉ ଜାରି ରହିଛି I ସରକାରୀ ଅର୍ଥ ହଡପ ଅଭିଯୋଗରେ ମତ୍ସ୍ୟ ବିଭାଗର ଉପ ନିର୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ I ବସନ୍ତ ଦାସଙ୍କ ନାଁରେ ପୂର୍ବରୁ ମଧ୍ୟ ୯ ଲକ୍ଷ ୬୦ ହଜାର ଟଙ୍କାର ଏକ ଠକେଇ ମାମଲା କଟକ ଚୌଦ୍ୱାର ଜେଲରେ ଏତଲା ଦିଆଯାଇଥିଲା I
ସୂଚନାନୁସାରେ,ମତ୍ସ୍ୟ ବିଭାଗର ଉପ ନିର୍ଦେଶକ ବସନ୍ତ କୁମାର ଦାସ ୧ କୋଟି ୫ ଲକ୍ଷ ସରକାରୀ ଅର୍ଥକୁ ନିଜ ଆକାଉଣ୍ଟକୁ ହଡପ କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା I ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଫଣ୍ଡରୁ ଏହି ଅର୍ଥ ଦେଣନେଣ କରିଥିବା ଜଣାପଡିଛି I ପୂର୍ବରୁ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା I ଅଭିଯୋଗ ପାଇ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ମହତାବ ରୋଡ଼ରେ ଥିବା ଘର,ପୁରୀରେ ଥିବା ୨ ଟି ଘର ଏବଂ ଭଦ୍ରକରେ ଥିବା ପୈତୃକ ଘର ସମେତ ଏକକାଳୀନ ୫ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି I ଏହି ଚଢ଼ାଉରେ ୫ ଜଣ ଡିଏସ୍ପି,୪ ଜଣ ଇନିସ୍ପେକଟର ଏବଂ ୫ ଜଣ ଏଏସଆଇ ଙ୍କ ସହିତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ I ତେବେ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ I




