ଯାଜପୁର ଆର୍ଡି ଡିଭିଜନ୍ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ
ଭୁବନେଶ୍ଵର : ଯାଜପୁର ଆର୍ଡି ଡିଭିଜନ୍ର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । କଟକ ସ୍ଥିତ ଟାଙ୍ଗି ଟୋଲ ଗେଟରେ ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଧରାପଡ଼ିଛନ୍ତି । ତାଙ୍କ ଠାରୁ ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ସହ କାର୍ ଜବତ କରିଛି ଭିଜିଲାନ୍ସ । ଆଜି ସକାଳୁ ବାଲିଅନ୍ତା ଥାନା ବ୍ରାହ୍ମଣ ଷଡଙ୍ଗୀ ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସର ୧୨ ଜଣିଆ ଟିମ୍ ଚଢାଉ କରୁଛି । ସୂଚନାନୁସାରେ […]
ଭୁବନେଶ୍ଵର : ଯାଜପୁର ଆର୍ଡି ଡିଭିଜନ୍ର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । କଟକ ସ୍ଥିତ ଟାଙ୍ଗି ଟୋଲ ଗେଟରେ ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣା ଧରାପଡ଼ିଛନ୍ତି । ତାଙ୍କ ଠାରୁ ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ସହ କାର୍ ଜବତ କରିଛି ଭିଜିଲାନ୍ସ । ଆଜି ସକାଳୁ ବାଲିଅନ୍ତା ଥାନା ବ୍ରାହ୍ମଣ ଷଡଙ୍ଗୀ ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସର ୧୨ ଜଣିଆ ଟିମ୍ ଚଢାଉ କରୁଛି ।
ସୂଚନାନୁସାରେ , ଗତକାଲି ସନ୍ଧ୍ୟାରେ କଟକ ଟାଙ୍ଗୀ ସ୍ଥିତ ଟୋଲ ପ୍ଲାଜା ନିକଟରୁ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡିଥିଲେ ଭୀମସେନ । ଜଣେ ଠିକାଦାରଙ୍କ ଠାରୁ ୨ଲକ୍ଷ ୩ ହଜାର ୯୪୦ଟଙ୍କା ଲାଞ୍ଚ ନେଉଥିଲେ । ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନ କୁଆଖିଆ ସେକ୍ସନର ଆର.ଡି. ଜେ.ଇ. ଭୀମସେନ ମହାରଣାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ପରେ ତାଙ୍କୁ ଜେରା କରାଯାଇଥିଲା । ଗତକାଲି ରାତିରେ କୁଆଖିଆ ସେକ୍ସନ ଅଫିସ ଉପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଏହି ସମୟରେ ବିଭିନ୍ନ ବିଲ, କାର୍ଯ୍ୟାଦେଶ ଓ ଟେଣ୍ଡର ଆଦି କାଗଜପତ୍ର ଯାଞ୍ଚ କରାଯାଇଥିଲା । ଆରଡି କୁଆଖିଆ ସେକ୍ସନ ଅଫିସରେ ଭିଜିଲାନ୍ସ ଟିମ୍ ଗତକାଲି ଚଢାଉ କରିଥିଲା । ଆଜି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବେଣ୍ଟପୁର ଶାସନ ବ୍ରାହ୍ମଣ ଷଡ଼ଙ୍ଗୀ ଗାଁରେ ଥିବା ତାଙ୍କର ବିଳାସପୂର୍ଣ୍ଣ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା I ଏହି ସମୟରେ ଘର ଭିତରେ ଦୁଇଟି ଫର୍ଣ୍ଣିଚର୍ ସୋରୁମ୍ ଓ ପାଣି ପାଉଚ୍ କାରଖାନା ଠାବ କରିଛି ଭିଜିଲାନ୍ସ ଟିମ୍। ଏଥିପାଇଁ ବାଲିପାଟଣା ରେଞ୍ଜ ଅଫିସରଙ୍କୁ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମସ୍ତ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ ।




