ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ
ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ I ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ଆଜି ସକାଳୁ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ସ୍ଥିତ ସରକାରୀ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଆରମ୍ଭ କରିଛି । ତାଙ୍କ ନାଆଁରେ ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ବି ଅଭିଯୋଗ […]
ମୟୁରଭଞ୍ଜ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ I ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ଆଜି ସକାଳୁ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ସ୍ଥିତ ସରକାରୀ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଆରମ୍ଭ କରିଛି । ତାଙ୍କ ନାଆଁରେ ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ବି ଅଭିଯୋଗ ହୋଇଛି।
ତହସିଲଦାର ଚାର୍ଲସ ନାୟକଙ୍କ ପୈତୃକ ଗ୍ରାମ ଧାମନଗର I ସେ ପୂର୍ବରୁ ବାଲେଶ୍ୱର ତହସିଲଦ୍ଵାର ଥିବାବେଳେ ମଧ୍ୟ ବହୁ ଦୁର୍ନୀତିରେ ସମ୍ପୃକ୍ତ ଥିଲେ I ସେଥିପାଇଁ ପ୍ରାୟ ବର୍ଷକ ତଳେ ତାଙ୍କୁ ଟ୍ରାନ୍ସ୍ଫଡ଼ କରାଯାଇଥିଲା I ଆଜିର ଚଢ଼ାଉରେ କଟକ ଭିଜିଲାନ୍ସ ସେଲ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବା ବେଳେ ତାଙ୍କର ସର୍ବମୋଟ ବେଆଇନ ସମ୍ପତ୍ତିର ଆକଳନ ହୋଇ ପାରିନାହିଁ I




