ପ୍ରିନ୍ସିପାଲଙ୍କ ଘରେ ଭିଜିଲାନ୍ସ ରେଡ୍
ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ପ୍ରିନ୍ସପାଲ I ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଭିଜିଲାନ୍ସ କଲେଜ ପ୍ରିନ୍ସପାଲ ସୁଦର୍ଶନ ବେହେରାଙ୍କ ଘରେ ରେଡ଼ କରିଛି ।ଏକକାଳୀନ ୬ଟି ସ୍ଥାନରେ ସୁଦର୍ଶନ ବେହେରାଙ୍କ ଘରେ ଚଢ଼ାଉ କରାଯାଇଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜର ପୂର୍ବତନ ପ୍ରିନ୍ସପାଲ ଥିଲେ ସୁଦର୍ଶନ । ତେଣୁ ପୁରୀ ସ୍ଥିତ କାସିହରିପୁର ଘର ଏବଂ ସାକ୍ଷୀଗୋପାଳ ପୈତୃକ ବାସଭବନ, ଶ୍ରୀରାମଚନ୍ଦ୍ରପୁର ସାକ୍ଷୀଗୋପାଳ ବଜାରରେ ଥିବା ଗୋପିନାଥ […]
ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ପ୍ରିନ୍ସପାଲ I ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଭିଜିଲାନ୍ସ କଲେଜ ପ୍ରିନ୍ସପାଲ ସୁଦର୍ଶନ ବେହେରାଙ୍କ ଘରେ ରେଡ଼ କରିଛି ।ଏକକାଳୀନ ୬ଟି ସ୍ଥାନରେ ସୁଦର୍ଶନ ବେହେରାଙ୍କ ଘରେ ଚଢ଼ାଉ କରାଯାଇଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜର ପୂର୍ବତନ ପ୍ରିନ୍ସପାଲ ଥିଲେ ସୁଦର୍ଶନ । ତେଣୁ ପୁରୀ ସ୍ଥିତ କାସିହରିପୁର ଘର ଏବଂ ସାକ୍ଷୀଗୋପାଳ ପୈତୃକ ବାସଭବନ, ଶ୍ରୀରାମଚନ୍ଦ୍ରପୁର ସାକ୍ଷୀଗୋପାଳ ବଜାରରେ ଥିବା ଗୋପିନାଥ ଡାକ୍ତରଖାନା ସହିତ ସମ୍ବଲପୁର ସ୍ଥିତ ସୁଦର୍ଶନ ପତ୍ନୀଙ୍କ କ୍ୱାର୍ଟର୍ସ ଓ ବଲାଙ୍ଗିର ଅଫିସ୍ରେ ଏକକାଳୀନ ଚଢ଼ାଉ କରାଯାଇଛି ।
ଭିଜିଲାନ୍ସର ୮ଜଣ ଡିଏସପି, ୬ଜଣ ଇନସ୍ପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ସରି ନଥିବାବେଳେ ଜବତ ହୋଇଥିବା ସର୍ବମୋଟ ସମ୍ପତ୍ତିର ଆକଳନ ହୋଇପାରି ନାହିଁ I




