ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଡେପୁଟି କଲେକ୍ଟୋରଙ୍କ ଘରେ ଭିଜିଲାନ୍ସ ରେଡ । OMBADC ପାଣ୍ଠି ହଡପ ମାମଲାରେ ଆଜି ସକାଳେ ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ରେଡ ଜାରି ରହିଛି I ପରୀକ୍ଷିତ ଜେନାଙ୍କ ନୀଳଗିରି ବାଲିଗୋହିରି ସ୍ଥିତ ଭଡା ଘରେ ଚଢ଼ାଉ ଚାଲିଛି । ମୟୁରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ ବିଡ଼ିଓ ଥିବାବେଳେ କୋଟିଏ ଟଙ୍କାର OMBADC ପାଣ୍ଠି ଆତ୍ମସାତ କରିବା ଅଭିଯୋଗ ହୋଇଥିଲା । ଏହି ଚଢ଼ାଉରେ ଭିଜିଲାନ୍ସର […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଡେପୁଟି କଲେକ୍ଟୋରଙ୍କ ଘରେ ଭିଜିଲାନ୍ସ ରେଡ । OMBADC ପାଣ୍ଠି ହଡପ ମାମଲାରେ ଆଜି ସକାଳେ ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ରେଡ ଜାରି ରହିଛି I ପରୀକ୍ଷିତ ଜେନାଙ୍କ ନୀଳଗିରି ବାଲିଗୋହିରି ସ୍ଥିତ ଭଡା ଘରେ ଚଢ଼ାଉ ଚାଲିଛି । ମୟୁରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ ବିଡ଼ିଓ ଥିବାବେଳେ କୋଟିଏ ଟଙ୍କାର OMBADC ପାଣ୍ଠି ଆତ୍ମସାତ କରିବା ଅଭିଯୋଗ ହୋଇଥିଲା । ଏହି ଚଢ଼ାଉରେ ଭିଜିଲାନ୍ସର ୨ ଡିଏସପିଙ୍କ ନେତୃତ୍ଵରେ ସାମିଲ୍ ଅଛନ୍ତି ୧୨ ଜଣିଆ ଟିମ୍ । ପରୀକ୍ଷିତ ଜେନାଙ୍କର ତିନିଟି ପ୍ଲଟ, ଗୋଟିଏ ବ୍ରିଜା କାର, ୨ ଗୋଟି ବାଇକ୍ ଜବତ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି ।




