ଲାଞ୍ଚନେଇ ଭିଜିଲାନ୍ସ ହାତରେ ବରିଷ୍ଠ କିରାଣୀ

ଯାଜପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ I ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଂଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋଙ୍କୁ ବାନ୍ଧିଛି ଯାଜପୁର ଭିଜିଲାନ୍ସ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍‌ ପାସ କରାଇଦେବା ସେ ଏହି ଲାଞ୍ଚ ନେଉଥିଲେ I ସୂଚନାନୁସାରେ,ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ସରକାରଙ୍କ ପକ୍ଷରୁ […]

Samaya Live Picture
Published On

ଯାଜପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ I ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଂଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋଙ୍କୁ ବାନ୍ଧିଛି ଯାଜପୁର ଭିଜିଲାନ୍ସ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍‌ ପାସ କରାଇଦେବା ସେ ଏହି ଲାଞ୍ଚ ନେଉଥିଲେ I

ସୂଚନାନୁସାରେ,ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ଅନୁକମ୍ପା ରାଶି ଆସିଥିଲା। ତେବେ ଏହାକୁ ପାସ କରାଇବା ପାଇଁ କିରାଣୀ ୨୫ ହଜାର ଦାବି କରିଥିଲେ। ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଆଜି ୧୦ ହଜାର ଟଙ୍କା ନେବା ସମୟରେ ଯାଜପୁର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି।

Tags: