ମମିତା ମେହେରଙ୍କ ପରିବାରକୁ ମିଳିବ ପୀଡିତା ସହାୟତା ରାଶି
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ତାଙ୍କ ପରିବାରକୁ ମିଳିବ ସହାୟତା ରାଶି I ପିଡୀତା ସହାୟତା ରାଶି ବାବଦରେ ମିଳିବ ୧୦ଲକ୍ଷ ଟଙ୍କା । ବଲାଙ୍ଗୀର ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ସହାୟତା ରାଶି ଯୋଗାଇଦେବା ପାଇଁ ଆବେଦନ କରିଥିଲେ ମମିତାଙ୍କ ଭାଇ ବଣ୍ଟି ମେହେର । ବଣ୍ଟିଙ୍କ ଆବେଦନକୁ ବିଚାରକୁ ନିଆଯାଇ ସହାୟତା ରାଶି ରୂପେ ଟଙ୍କା ମଞ୍ଜୁର କରାଯାଇଛି । ପ୍ରାଧିକରଣର ଏହି […]
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ତାଙ୍କ ପରିବାରକୁ ମିଳିବ ସହାୟତା ରାଶି I ପିଡୀତା ସହାୟତା ରାଶି ବାବଦରେ ମିଳିବ ୧୦ଲକ୍ଷ ଟଙ୍କା । ବଲାଙ୍ଗୀର ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ସହାୟତା ରାଶି ଯୋଗାଇଦେବା ପାଇଁ ଆବେଦନ କରିଥିଲେ ମମିତାଙ୍କ ଭାଇ ବଣ୍ଟି ମେହେର । ବଣ୍ଟିଙ୍କ ଆବେଦନକୁ ବିଚାରକୁ ନିଆଯାଇ ସହାୟତା ରାଶି ରୂପେ ଟଙ୍କା ମଞ୍ଜୁର କରାଯାଇଛି । ପ୍ରାଧିକରଣର ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି ।
ପରିବାରର ରୋଜଗାରିଆ ଝିଅକୁ ହତ୍ୟା କରାଯାଇଥିବାରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମମିତା ମେହେରଙ୍କ ଭାଇ ବଣ୍ଟି ମେହେର। ପିଡୀତା ସହାୟତା ରାଶି ପାଇଁ ୨୬ଟି ଆବେଦନ ହୋଇଥିବା ବେଳେ ୨୩ଟି ଆବେଦନକୁ ଗ୍ରହଣ କରିଥିଲା କମିଟି । ଆଉ ଗତ ୧୩ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଅନୁଷ୍ଠିତ ପୀଡ଼ିତ ଯୋଜନା ସହାୟତା କମିଟି ବୈଠକରେ ମମିତାଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମମିତା ମେହେର ମହାଲିଙ୍ଗ ସନ ସାଇନ ଇଂଲିଶ ମିଡିୟମ ସ୍କୁଲ ରେ ପ୍ରିନ୍ସିପାଲ ଥିଲେ । ମମିତା ପ୍ରିନ୍ସିପାଲ ଥିବା ସ୍କୁଲର ଅଧ୍ୟକ୍ଷ ଗୋବିନ୍ଦ ସାହୁ ର ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ଯାଇଥିଲେ I ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ କ୍ରମେ ଖରାପ ହୋଇଥିଲା I ତେବେ ମମିତା,ଗୋବିନ୍ଦର କାର୍ଯ୍ୟକଳାପକୁ ବାହାରେ ପ୍ରଘଟ କରିଦେବା ଭୟରେ ଗୋବିନ୍ଦ ଓ ତା’ସହଯୋଗୀ ରାଧେ ସହ ମିଶି ମମିତାଙ୍କୁ ହତ୍ୟା କରିବା ପରେ ସ୍କୁଲ ରେ ତିଆରି ହେଉଥିବା ନବ ନିର୍ମିତ ଷ୍ଟାଡିଅମରେ ମାଟି ଖୋଳି ପୋତି ଦେଇଥିଲେ ।




