ସୁସ୍ମିତା ମିଞ୍ଜ ଓ ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବିରେ ସୁନ୍ଦରଗଡ଼ ବନ୍ଦ

ରାଉରକେଲା : ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜ ଓ ରାଉରକେଲା ଉଦିତ ନଗର ଥାନା ମହିଳା ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣାରୁ ଉଠୁନି ପରଦା । ସିବିଆଇ ତଦନ୍ତ ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ । ଏହି ବନ୍ଦ ଡାକରା ଦେଇଛି ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା । ଘଟଣାର ସଠିକ୍ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆକ୍ସନ୍ ସହ ନ୍ୟାୟ ପାଇଁ ଦାବି ହୋଇଛି । ସକାଳ […]

Samaya Live Picture
Published On

ରାଉରକେଲା : ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜ ଓ ରାଉରକେଲା ଉଦିତ ନଗର ଥାନା ମହିଳା ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣାରୁ ଉଠୁନି ପରଦା । ସିବିଆଇ ତଦନ୍ତ ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ । ଏହି ବନ୍ଦ ଡାକରା ଦେଇଛି ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା । ଘଟଣାର ସଠିକ୍ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆକ୍ସନ୍ ସହ ନ୍ୟାୟ ପାଇଁ ଦାବି ହୋଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜିଲ୍ଲା ବନ୍ଦ ଡାକରା ଦିଆ ଯାଇଛି । ଜରୁରୀକାଳୀନ ସେବା ବାଦ୍ ଦେଲେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ ଓ କଲେଜ ବନ୍ଦ ରହିଛି । ରଜାମୁଣ୍ଡା ବାଇପାସ୍ , କୋଇଡା ଖଣି ଅଞ୍ଚଳ, ବରସୁଆଁ, ଲହୁଣୀପଡ଼ା ଛକ ମାନଙ୍କରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି I ରାଉରକେଲା ସମେତ ଜିଲ୍ଲାର ସୁନ୍ଦରଗଡ଼ , ବଣାଇ, ଗୁରୁଣ୍ଡିଆ, ଲହୁଣୀପଡା, କୋଇଡା ,ବିରମିତ୍ରପୁର , ରାଜଗାଙ୍ଗପୁର ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜ଼ାର ବନ୍ଦ ରହିଥିବା ବେଳେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Tags: