ଅଶ୍ଳୀଳ ଭାଷା ବ୍ୟବହାର କରି ଅନ୍ଟାଲେଣ୍ଟେଡ଼୍ ଗାୟ ଗିରଫ
ବାଲେଶ୍ୱର : କରୋନା ମହାମାରୀ ଠାରୁ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ଭାବରେ ବଢିଯାଇଛି I ସୋସିଆଲ ମିଡ଼ିଆ ପୋଷ୍ଟରୁ ଅନେକ ଉପାର୍ଜନ କ୍ଷମ ହୋଇ ପାରିଛନ୍ତି I କିନ୍ତୁ ବେଳେ ବେଳେ ସୋସିଆଲ ମିଡ଼ିଆକୁ ଗଲତ ଉଦ୍ଦ୍ୟେଶରେ ବ୍ୟବହାର କରାଯାଉଛି I ସେହିଭଳି ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କରି ବାଲେଶ୍ୱରରୁ ଜଣେ ଯୁବକ ଗିରଫ ହୋଇଛନ୍ତି I ସେ ସୋସିଆଲ ମିଡିଆରେ ଅନ୍ଟାଲେଣ୍ଟେଡ଼୍ ଗାୟ ଉଦିତ ନାମରେ ପରିଚିତ ଥିଲେ ଅନ୍ଟାଲେଣ୍ଟେଡ଼୍ ଗାୟ […]
ବାଲେଶ୍ୱର : କରୋନା ମହାମାରୀ ଠାରୁ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ଭାବରେ ବଢିଯାଇଛି I ସୋସିଆଲ ମିଡ଼ିଆ ପୋଷ୍ଟରୁ ଅନେକ ଉପାର୍ଜନ କ୍ଷମ ହୋଇ ପାରିଛନ୍ତି I କିନ୍ତୁ ବେଳେ ବେଳେ ସୋସିଆଲ ମିଡ଼ିଆକୁ ଗଲତ ଉଦ୍ଦ୍ୟେଶରେ ବ୍ୟବହାର କରାଯାଉଛି I ସେହିଭଳି ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କରି ବାଲେଶ୍ୱରରୁ ଜଣେ ଯୁବକ ଗିରଫ ହୋଇଛନ୍ତି I ସେ ସୋସିଆଲ ମିଡିଆରେ ଅନ୍ଟାଲେଣ୍ଟେଡ଼୍ ଗାୟ ଉଦିତ ନାମରେ ପରିଚିତ ଥିଲେ ଅନ୍ଟାଲେଣ୍ଟେଡ଼୍ ଗାୟ ଉଦିତ ଅଶ୍ଳୀଳ ଭାଷା ବ୍ୟବହାର କରି ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ଉଦୀତ୍ ନାୟକ ଗତ ୨୪ ତାରିଖ ଦିନ ଗୁଳିମାଡ ସହ ଭୁଜାଲିରେ ହାଣି ଦୁଇଜଣଙ୍କୁ ଗୁରୁତର କରି ଫେରାର ହୋଇଯାଇଥିଲେ।
ମିଳିଥିବା ସୂଚନା ଅନୁସାରେ ଉଦୀତ୍ ୟୁଟ୍ୟୁବ୍ରେ ଅନ୍ଟେଲେଣ୍ଟେଡ଼୍ ଗାୟ ନାମରେ ଏକ ଚ୍ୟାନେଲ୍ ଖୋଲି ସେଥିରେ ଅଶ୍ଳୀଳ ଭାଷା ବ୍ୟବହାର କରି ଭିଡ଼ିଓ ପୋଷ୍ଟ କରୁଥିଲା । ଏହି ପୋଷ୍ଟରେ ଜଣେ ଫଲୋୟର୍ସଙ୍କ କମେଣ୍ଟ୍ କୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଆଉ ଉଦିତ ନିଜ ସହଯୋଗୀ ମାନଙ୍କୁ ନେଇ ଦୁଇ ଯୁବକଙ୍କ ଉପର କୁ ଗୁଳି ଫୁଟାଇଥିଲା । ଗୁଳି ମାଡ଼ର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ମନ୍ଦାରପୁରର ରିଙ୍କୁ ଦାସ । ଗଣ୍ଡଗୋଳର ସମାଧାନ କରିବାକୁ ଗତ ୨୪ ତାରିଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରେମୁଣା ଗୋଲାଇରେ ମିଟିଂ ବସିଥିଲା । ଏହି ସମୟରେ କଥା କଟାକଟିକୁ ନେଇ ଉଦୀତ୍ ୧ ରାଉଣ୍ଡ ଫାଙ୍କା ଫୁଟାଇବା ସହିତ ଭୁଜାଲିରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣକରି ଫେରାର୍ ହୋଇଯାଇଥିଲା ।
ମରଣାନ୍ତକ ଆକ୍ରମଣରେ ରିଙ୍କୁ ଓ ଅମିତ ଗୁରୁତର ଆହତ ହୋଇଥିଲେ। ଦୁହେଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ଉଦୀତ୍ ଓ ତାଙ୍କ ସହଯୋଗୀମାନେ ଅମିତଙ୍କ ବେକରୁ ଏକ ସୁନାଚେନ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରୁ ରିଙ୍କୁ ଓ ଅମିତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ଆଣିଥିଲେ। ଏହି ଘଟଣା ପରଠୁ ପୁଲିସ ଉଦୀତ୍ ଓ ତାଙ୍କ ସହଯୋଗୀଙ୍କୁ ଖୋଜୁଥିଲା। ସେମାନେ ଫେରାର ଥିବା ବେଳେ ପୁଲିସ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।




