ଅନସେଫ ସୈଫ ,ଆଜି ହେବ ସିନ ରିକ୍ରିଏସନ
ମୁମ୍ବାଇ : ନିଜ ଘରେ ଅନସେଫ ସୈଫ । ଅଜଣା ବ୍ୟକ୍ତିର ଛୁରାମାଡ଼ରେ ହେଲେ ଗୁରୁତର ଆହତ । ୪ ଦିନ ପରେ ମୁମ୍ବାଇ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ବାଂଲାଦେଶୀ ଯୁବକ ମହମ୍ମଦ ସରିଫୁଲ ସଜ୍ଜାଦ ଓରଫ ବିଜୟ ଦାସ। ସେ ବେଆଇନ ଭାବରେ ଭାରତରେ ରହୁଥିଲା । ସରିଫୁଲ ଜଣେ କୁସ୍ତିଯୋଦ୍ଧା । ସ୍ଥାନୀୟ ଅଞ୍ଚଳରେ କୁସ୍ତିଯୋଦ୍ଧା ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛି ଅଭିଯୁକ୍ତ । ଏଥିପାଇଁ ସେ ବିଲକୁଲ୍ ଫିଟ ଥିଲା ଆଉ […]
ମୁମ୍ବାଇ : ନିଜ ଘରେ ଅନସେଫ ସୈଫ । ଅଜଣା ବ୍ୟକ୍ତିର ଛୁରାମାଡ଼ରେ ହେଲେ ଗୁରୁତର ଆହତ । ୪ ଦିନ ପରେ ମୁମ୍ବାଇ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ବାଂଲାଦେଶୀ ଯୁବକ ମହମ୍ମଦ ସରିଫୁଲ ସଜ୍ଜାଦ ଓରଫ ବିଜୟ ଦାସ। ସେ ବେଆଇନ ଭାବରେ ଭାରତରେ ରହୁଥିଲା । ସରିଫୁଲ ଜଣେ କୁସ୍ତିଯୋଦ୍ଧା । ସ୍ଥାନୀୟ ଅଞ୍ଚଳରେ କୁସ୍ତିଯୋଦ୍ଧା ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛି ଅଭିଯୁକ୍ତ । ଏଥିପାଇଁ ସେ ବିଲକୁଲ୍ ଫିଟ ଥିଲା ଆଉ ସୈଫଙ୍କୁ ଛୁରାମାଡ କରିବାରେ ସଫଳ ହୋଇଥିଲା । ଚୋରି କରିବା ଉଦ୍ୟେଶରେ ଅଭିନେତା ସୈଫ ଅଲ୍ଲୀ ଙ୍କ ଘରେ ପଶିଥିଲା । ଆକ୍ରମଣକାରୀ ସରିଫୁଲ ସୈଫଙ୍କ ପୁଅ ଜେହଙ୍କୁ ବନ୍ଧକ ରଖି ଟଙ୍କା ମାଗିବାକୁ ଯୋଜନା କରିଥିଲା। ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ଥିଲା ୧ କୋଟି ଟଙ୍କା ନେଇ ସବୁଦିନ ପାଇଁ ବାଂଲାଦେଶକୁ ପଳାଇବ।
ଆକ୍ରମଣ କରିବା ପରେ ସିଧା ଦାଦର ଚାଲି ଯାଇଥିଲା। ଏହାପରେ ଓର୍ଲି ଓ ପରେ ଅନ୍ଧେରୀରେ ପହଞ୍ଚିଥିଲେ। ପୁଣି ସେଠାରୁ ଦାଦର ଫେରିଥିଲା। ସେ ଥାଣେକୁ ଆସିବା ପରେ ପୁଲିସ୍ ହାତରେ ଧରାପଡ଼ିଥିଲା। ସେ ବାରମ୍ବାର ନିଜର ଠିକଣା ବଦଳାଉଥିବାରୁ ପୁଲିସ୍ ତା’କୁ ଧରିବାରେ ବେଶ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା।
ତା’କୁ ପୁଲିସ୍ ଥାଣେର ଗୋଟିଏ ପରିତ୍ୟକ୍ତ ରୋଡରୁ ଧରିଛି। ଗୁରୁବାର ଭୋର ସମୟରେ ସେ ସୈଫଙ୍କୁ ଆକ୍ରମଣ କରିବା ପରେ ଫେରାର ହୋଇଯାଇଥିଲା। ସୈଫଙ୍କ ଘରେ ପଶିବା ପାଇଁ ସେ ଏସିରେ ଥିବା ଗଳା ବାଟର ବ୍ୟବହାର କରିଥିଲା। ସେହିପରି ପଛ ପାଖର ପାହାଚ ଦେଇ ସେ ସୈଫଙ୍କ ରାଜକୀୟ ବିଲଡିଂରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା।
ଆଜି ମୁମ୍ବାଇ ପୁଲିସ୍ ଅଭିଯୁକ୍ତ କୁ ନେଇ ସୈଫଙ୍କ ଘରେ ସିନ୍ ରିକ୍ରିଏସନ୍ କରିବ। କିପରି ସନ୍ଦିଗ୍ଧ ଜଣକ ୧୨ ମହଲା ଉପରକୁ ପ୍ରବେଶ କଲା , କିପରି ସୈଫ୍ ଙ୍କୁ ଆକ୍ରମଣ କଲା , ସବୁ କିଛି କ୍ରାଇମର ହେବ ରିକ୍ରିଏସନ୍ ବୋଲି ମୁମ୍ବଇ ଜୋନ-୯ ଡିସିପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯାଞ୍ଚ ବେଳେ ତା’ ନିକଟରେ କୌଣସି ବୈଧ ଭାରତୀୟ କାଗଜପତ୍ର ନ ଥିବା ପୁଲିସ କହିଛି। ଚୋରି କରିବାକୁ ହିଁ ସେ ସୈଫଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।




