ଅସୁରକ୍ଷିତ ଗଜରାଜ,ରାସ୍ତାକଡରୁ ଦନ୍ତାହାତୀର ମୃତଦେହ ଠାବ
ଦେବଗଡ଼ : ରାସ୍ତା କଡ଼ରୁ ଦନ୍ତାହାତୀର ମୃତଦେହ ଉଦ୍ଧାର । ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ରେଙ୍ଗାଲବେଡା ସେକ୍ସନ ଟିଂକବିର ବିଟ ମହାସିନ୍ଧୁ କାଉଁଶିତଇଲା ମୁଖ୍ୟ ରାସ୍ତା କଡ଼ରୁ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ କିଛି ଲୋକ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ବନବିଭାଗର ଅବହେଳା ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି […]
ଦେବଗଡ଼ : ରାସ୍ତା କଡ଼ରୁ ଦନ୍ତାହାତୀର ମୃତଦେହ ଉଦ୍ଧାର । ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ରେଙ୍ଗାଲବେଡା ସେକ୍ସନ ଟିଂକବିର ବିଟ ମହାସିନ୍ଧୁ କାଉଁଶିତଇଲା ମୁଖ୍ୟ ରାସ୍ତା କଡ଼ରୁ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ସ୍ଥାନୀୟ କିଛି ଲୋକ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ବନବିଭାଗର ଅବହେଳା ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । କିଛିଦିନ ପୂର୍ବରୁ ହାତୀଟି ଗାଁରେ ପଶି ଉପଦ୍ରଵ କରୁଥିଲା । ତେବେ ଆଜି ହାତୀର ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁକୁ ନେଇ ସସ୍ପେନ୍ସ ଲାଗିରହିଛି । ହାତୀର ମୃତ୍ୟୁ ବିଦ୍ୟୁତ ସଂସ୍ପର୍ଶରେ ହୋଇଥିବା ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




