ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ,ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର
ବୁର୍ଲା: ରାସ୍ତା ପାର୍ଶ୍ୱରୁ ରକ୍ତାକ୍ତ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ଅପରାହ୍ଣରେ ଛାତ୍ରୀ ଜଣଙ୍କ ସମ୍ବଲପୁର ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗ ଶେଷବର୍ଷର ଛାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ତାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ବୁଧବାର ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟରୁ ଓ ଅଟଳ ଛକକୁ […]
ବୁର୍ଲା: ରାସ୍ତା ପାର୍ଶ୍ୱରୁ ରକ୍ତାକ୍ତ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଗତକାଲି ଅପରାହ୍ଣରେ ଛାତ୍ରୀ ଜଣଙ୍କ ସମ୍ବଲପୁର ମେଟାକାନୀ ରାସ୍ତା ପାଖ ପଡ଼ିଆରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗ ଶେଷବର୍ଷର ଛାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ତାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।
ବୁଧବାର ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟରୁ ଓ ଅଟଳ ଛକକୁ ସଂଯୋଗ କରୁଥିବା ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରେ ୧୪ରୁ ୧୫ ଜଣ ଯୁବକ ଛାତ୍ରୀଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ପାଟି କରିବାରୁ ଯୁବକମାନେ ଛାଡ଼ି ପଳାଇଥିଲେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବୁର୍ଲା ଭିମ୍ସାରରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତର ହେବାରୁ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ,ଛାତ୍ରୀଙ୍କର ବାପା ବୁର୍ଲା ପାୱାର ହାଉସ୍ରେ ଇଞ୍ଜିନିୟର ଅଛନ୍ତି । ସେ ସପରିବାର ବୁର୍ଲାସ୍ଥିତ ଭାରତୀ କ୍ଲବ ନିକଟରେ ରହୁଛନ୍ତି ।




