କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ, ୧୦ ମିନିଟ ମଧ୍ୟରେ ୨ଥର ଆସିଲା ଫୋନ କଲ
ନାଗପୁର : କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ହତ୍ୟା ଧମକ I ନାଗପୁର ସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଫୋନକୁ କେହି ଅଜଣା ବ୍ୟକ୍ତି ୨ଥର ଫୋନ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ଏନେଇ ଗଡକରୀଙ୍କ କାର୍ଯ୍ୟାଳୟ ତରଫରୁ ନାଗପୁର ଥାନରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ନାଗପୁର ସ୍ଥିତ ଜନସମ୍ପର୍କ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବରକୁ କଲ କରି ତାଙ୍କୁ ମାରିଦେବାକୁ ଧମକ […]
ନାଗପୁର : କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ହତ୍ୟା ଧମକ I ନାଗପୁର ସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଫୋନକୁ କେହି ଅଜଣା ବ୍ୟକ୍ତି ୨ଥର ଫୋନ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ଏନେଇ ଗଡକରୀଙ୍କ କାର୍ଯ୍ୟାଳୟ ତରଫରୁ ନାଗପୁର ଥାନରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ନାଗପୁର ସ୍ଥିତ ଜନସମ୍ପର୍କ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବରକୁ କଲ କରି ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ ଅଜଣା ବ୍ୟକ୍ତି । ସେ ୧୦ ମିନିଟ ମଧ୍ୟରେ ୨ଥର ଫୋନ କରିଥିଲେ ।ଏଥିସହିତ କାର୍ଯ୍ୟାଳୟକୁ ଉଡ଼ାଇଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ତରଫରୁ ଏନେଇ ନାଗପୁର ପୋଲିସ ନିକଟରେ ଅଭିଯୋଗ କରାଯାଇଛି । ପୋଲିସର ସୂଚନାନୁସାରେ, ସକାଳ ୧୧ .୩୦ ଏବଂ ୧୧ .୪୦ ରେ କାର୍ଯ୍ୟାଳୟ କୁ ଏହି ଧମକପୂର୍ଣ୍ଣ କଲ ଆସିଥିଲା। ଅଭିଯୋଗ ପାଇବା ପରେ ପୋଲିସ ଏହି ଘଟଣାର ତନାଘନା ଆରମ୍ଭ କରିଦେଇଛି I ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ନାଗପୁରରେ ଥିବାବେଳେ,ତାଙ୍କ କାର୍ଯ୍ୟାଳୟ ଲ୍ୟାଣ୍ଡ ଲାଇନ କୁ ଏହି ଫୋନ କଲ ଆସିଥିଲା I




