ଅସହ୍ୟ ହେଲା DIG ପତ୍ନୀଙ୍କ ନିର୍ଯ୍ୟାତନା,ଟ୍ରେନ ଆଗକୁ ଡେଇଁଲେ ମହିଳା ହୋମଗାର୍ଡ

ଅନୁଗୋଳ : ସ୍ୱାମୀ ହେଉଛନ୍ତି ଆଇନ ରକ୍ଷକ I କିନ୍ତୁ ଆଇନକୁ ହାତକୁ ନେଇଛନ୍ତି ପତ୍ନୀ I ନିଜ ଘରେ ହୋମଗାର୍ଡଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ ସ୍ୱାମୀ I ସ୍ୱାମୀ DIG ବ୍ରିଜେଶ ରାୟ I ତାଙ୍କ ଘରେ ନିୟୋଜିତ ହୋଇଥିବା ମହିଳା ହୋମଗାର୍ଡଙ୍କୁ ନିର୍ଯ୍ୟାତନା ଦେଇଛନ୍ତି ସ୍ତ୍ରୀ I ଶେଷରେ ଅସହ୍ୟ ହେଲା DIG ପତ୍ନୀଙ୍କ ନିର୍ଯାତନା । ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଅନୁଗୁଳରେ କାର୍ଯ୍ୟରତ ଜଣେ ମହିଳା ହୋମଗାର୍ଡ । […]

Samaya Live Picture
Published On

ଅନୁଗୋଳ : ସ୍ୱାମୀ ହେଉଛନ୍ତି ଆଇନ ରକ୍ଷକ I କିନ୍ତୁ ଆଇନକୁ ହାତକୁ ନେଇଛନ୍ତି ପତ୍ନୀ I ନିଜ ଘରେ ହୋମଗାର୍ଡଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ ସ୍ୱାମୀ I ସ୍ୱାମୀ DIG ବ୍ରିଜେଶ ରାୟ I ତାଙ୍କ ଘରେ ନିୟୋଜିତ ହୋଇଥିବା ମହିଳା ହୋମଗାର୍ଡଙ୍କୁ ନିର୍ଯ୍ୟାତନା ଦେଇଛନ୍ତି ସ୍ତ୍ରୀ I ଶେଷରେ ଅସହ୍ୟ ହେଲା DIG ପତ୍ନୀଙ୍କ ନିର୍ଯାତନା । ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଅନୁଗୁଳରେ କାର୍ଯ୍ୟରତ ଜଣେ ମହିଳା ହୋମଗାର୍ଡ । ଏଥିରେ ମହିଳା ହୋମଗାର୍ଡ ଦୁଇ ଗୋଡ଼ ହରାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତା କରାଯାଇଛି । ଅଗଷ୍ଟ ୪ ତାରିଖରେ ଏହି ଘଟଣା ଘଟିଥିଲା । ପୋଲିସ ତଦନ୍ତ ଚଳାଇଛି । ଏ ସମ୍ପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ମହିଳା ହୋମଗାର୍ଡ

ଘଟନାନୁସାରେ, ଅନୁଗୁଳ ଜିଲ୍ଲାରେ ସିରିନ୍ଦ୍ରୀ ସାହୁ ଗତ ୧୯ ବର୍ଷ ହେବ ଗୃହ ରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ୭ ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କର ଯାବତୀୟ ଘରୋଇ କାମ କରନ୍ତି । କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ନିର୍ଯାତନା ଦେଉଥିଲେ । ଚାକିରି ନେଇଯିବାକୁ ଦେଉଥିଲେ ଧମକ । ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ। ଚାକିରି ନେଇଯିବାର ଧମକ ବି ଦେଇଥିଲେ। ଚାକିରି ଚାଲିଯିବା ଭୟରେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ କରିଛନ୍ତି ମହିଳା ହୋମଗାର୍ଡ । ଟ୍ରେନ ଲାଇନରେ ଶୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବି ବଞ୍ଚି ଯାଇଥିଲେ। କିନ୍ତୁ ସବୁ ଦିନ ପାଇଁ ଦୁଇ ଗୋଡ଼ ହରାଇଛନ୍ତି ।

ତେଣୁ ତାଙ୍କୁ କ୍ଷତିପୂରଣ ଦେବା ସହ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର ତଦନ୍ତ କରିବାକୁ ସେ ଗତ ୧୩ ତାରିଖରେ ଉତ୍କଳ ଗୃହରକ୍ଷୀ ମହାସଂଘ, ହୋମଗାର୍ଡ ଡିଜି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି।

ସେପଟେ ପତ୍ନୀଙ୍କ ନିର୍ଯାତନା ମାମଲାରେ DIG ବ୍ରିଜେଶ ରାୟଙ୍କ ପ୍ରତିକ୍ରିୟା ମିଳିଛି । ସେ ଏହି ଘଟଣାକୁ ସମ୍ପୂର୍ଣ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ସଂପୃକ୍ତ ମହିଳା ହୋମ ଗାର୍ଡଙ୍କୁ ଡ଼ିଉଟି ବଦଳାଇବାକୁ କୁହାଯାଇଥିଲା। ତାଙ୍କୁ ରିଜର୍ଭ ପୋଲିସରେ ଡ଼ିଉଟି କରିବାକୁ କୁହାଯାଇଥିଲା। ଘଟଣା ଦିନ ତାଙ୍କ ଭଉଣୀଙ୍କ ପୁଅର ମୃତ୍ୟୁ ହୋଇଥିଲା। ସେ ଡ଼ାକ୍ତର୍ ଖାନା ଯାଇଥିଲେ। ତାପରେ ଏହି ଦୁର୍ଘଟଣା ହୋଇଛି। ତାଙ୍କୁ କେହି ଉସୁକାଇ ଏଭଳି କରୁଥିବା ଅନୁମାନ କରାଯାଉଛି।

Tags: