୨ ଦିନିଆ ରିମାଣ୍ଡରେ ଗଲେ ଉମା,କୁରୁପତିଙ୍କ ସହ ୬ ଅଭିଯୁକ୍ତ

ବ୍ରହ୍ମପୁର : ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ୨ ଦିନିଆ ରିମାଣ୍ଡରେ ଉମା ବିଷୋୟୀ ଓ କୁରୁପତି ଭୂୟାଁ । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ତଥା ସୁପାରୀ ଡିଲର ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୋଲିସ । ଏମାନଙ୍କ ସହ ଅନ୍ୟ ୪ ଜଣ ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, ମଳୟ ବିଷୋୟୀ ଓ ମଦନ […]

୨ ଦିନିଆ ରିମାଣ୍ଡରେ ଗଲେ ଉମା,କୁରୁପତିଙ୍କ ସହ ୬ ଅଭିଯୁକ୍ତ

ବ୍ରହ୍ମପୁର : ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ୨ ଦିନିଆ ରିମାଣ୍ଡରେ ଉମା ବିଷୋୟୀ ଓ କୁରୁପତି ଭୂୟାଁ । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ତଥା ସୁପାରୀ ଡିଲର ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୋଲିସ । ଏମାନଙ୍କ ସହ ଅନ୍ୟ ୪ ଜଣ ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ଟିମ୍ ।

Read More ରାଜ୍ୟରେ ବର୍ତ୍ତମାନ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ

ଗତକାଲି ଉମା ବିଷୋୟୀ ଓ କୁରୁପତି ଭୂୟାଁ ଙ୍କୁ ବ୍ରହ୍ମପୁର SDJM କୋର୍ଟରେ ହାଜର କରାଯାଇଥିଲା । ପରେ ଦୁଇ ଜଣଙ୍କୁ ୪ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ । କିନ୍ତୁ କୋର୍ଟ ଦୁଇଦିନ ପାଇଁ ଅନୁମତି ଦେଇଛନ୍ତି । ଅନ୍ୟପଟେ ପୂର୍ବରୁ ଆତ୍ମସମର୍ପଣ କରି ଛାଡ଼ ପାଇଥିବା ସୁଦର୍ଶନ ଜେନା ମଧ୍ୟ ପୁଣି ଆସିଥିବା ଜଣା ପଡିଛି । ପୋଲିସ ତାଙ୍କୁ ଓ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ପଚରା ଉଚରା କରୁଛି ।

Read More ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ,ଦୀଘା ମଡେଲ ମାଷ୍ଟରମାଇଣ୍ଡ ଅଟକ

Tags: