ଉଦୟପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବ ଏନ୍ଆଇଏ
ଜୟପୁର: ଜୁନ୍ ୨୯: ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ଘଟିଥିବା ହିଂସାକମାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଏହି ତଦନ୍ତର ଦାୟିତ୍ୱ ନେବ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) । ତେବେ ଟେଲର୍ କାମ କରୁଥିବା କହ୍ନେୟା ଲାଲ୍ଙ୍କୁ କେଉଁ କାରଣରୁ ନିର୍ମମ ହତ୍ୟା କରାଗଲା ଏବଂ ଏଥିରେ କେଉଁ ବିଦେଶ ଲିଙ୍କ୍ ରହିଛି କି ନାହିଁ, ଏନ୍ଆଇଏ ତାହାର ସବିଶେଷ ତଦନ୍ତ ବୋଲି ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ପ୍ରକାଶ କରାଯାଇଛି । ସୂଚନା […]
ଜୟପୁର: ଜୁନ୍ ୨୯: ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ଘଟିଥିବା ହିଂସାକମାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଏହି ତଦନ୍ତର ଦାୟିତ୍ୱ ନେବ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) । ତେବେ ଟେଲର୍ କାମ କରୁଥିବା କହ୍ନେୟା ଲାଲ୍ଙ୍କୁ କେଉଁ କାରଣରୁ ନିର୍ମମ ହତ୍ୟା କରାଗଲା ଏବଂ ଏଥିରେ କେଉଁ ବିଦେଶ ଲିଙ୍କ୍ ରହିଛି କି ନାହିଁ, ଏନ୍ଆଇଏ ତାହାର ସବିଶେଷ ତଦନ୍ତ ବୋଲି ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ପ୍ରକାଶ କରାଯାଇଛି ।

ସୂଚନା ଥାଉଯେ, ଉଦୟପୁର ଧାନମଣ୍ଡି ଭୂତଳ ମହଲ ନିକଟରେ କହ୍ନେୟା ଲାଲ୍ଙ୍କ ଏକ ଟେଲର୍ ଦୋକାନ ରହିଥିଲା । କହ୍ନେୟା ବିଜେପି ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦିୟ ବୟାନକୁ ସୋସିଆଲ୍ ମିଡିଆରେ ସମର୍ଥନ କରିଥିଲେ । ଯାହା ଫଳରେ କେତେକ ମୁସଲ୍ମାନ ଗୋଷ୍ଠୀ ତାଙ୍କୁ ଟାର୍ଗେଟ କରିଥିଲେ ।

ଇସ୍ଲାମ ଧର୍ମ ଅପମାନର ପ୍ରତିଶୋଧ ନେବା ପାଇଁ ସୋମବାର ଦିନ ମହମ୍ମଦ ରିଆଜ ଏବଂ ଗୋସ୍ ମହମ୍ମଦ ନାମକ ଦୁଇ ବ୍ୟକ୍ତି ପୋଷାକ ମାପ ଦେବା ପାଇଁ ବାହାନା କରି ଅପରାହ୍ନରେ ଘରୁ ବାହାରି ଥିଲେ ଓ କହ୍ନେୟାଙ୍କ ଦୋକାନକୁ ଗରାଖ ହୋଇଯାଇଥିଲେ । ମାପ ନେଇଥିବା ସମୟରେ କହ୍ନେୟାଙ୍କ ଉପରକୁ ସେହି ଦୁଇ ଜଣ ବ୍ୟକ୍ତି ଆକ୍ରମଣ କରି ନିର୍ମମ ହତ୍ୟା କରିଥିଲେ । ଏହାସହିତ ହତ୍ୟାର ଏକ ଭିଡିଓ ଫେସ୍ବୁକ୍ରେ ଜାରି କରିଥିଲେ । ସେହି ଭିଡିଓରେ ସେହି ଦୁଇ ମୁସଲ୍ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ମଧ୍ୟ ଦେଇଥିଲେ ।
ଏକ ରିପୋର୍ଟ ଅନୁସାରେ, ଜୀବନ ପ୍ରତି ବିଦପ ରହିଥିବା କଥା କହ୍ନେୟା ପୂର୍ବରୁ ଜାଣିପାରିଥିଲେ । ମୃତୁ୍ୟର କିଛି ଦିନ ପୂର୍ବରୁ ସେ ଫେସ୍ବୁକ୍ ମାଧ୍ୟମରେ ନିଜର ସୁରକ୍ଷା ମାଗିଥିଲେ ।




