ଟିଟିଲାଗଡ ସବ୍ ଜେଲ୍‌ରୁ ଦୁଇ କଏଦୀ ଫେରାର, ଜେଲ୍ ୱାର୍ଡେନ ନିଲମ୍ବିତ

ବଲାଙ୍ଗୀର : ଟିଟିଲାଗଡ଼ ସବ୍ ଜେଲ୍‌ରୁ ଦୁଇ କଏଦୀ ଫେରାର ଘଟଣାରେ ନିଲମ୍ବିତ ହେଲେ ଜେଲ ୱାର୍ଡେନ I ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଶନିବାର ରାତିରେ ଜେଲ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ I ଏହି ଘଟଣାରେ ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା ଜେଲ ୱାର୍ଡେନ ଦାନୀ ଦୋରାଙ୍କୁ ନିଲମ୍ବନ କରିଛନ୍ତି। ଜେଲ୍‌ ୱାର୍ଡେନଙ୍କ ଅବହେଳାରୁ କଏଦୀ ଫେରାର ହୋଇଥିବା କଥା କହିଛନ୍ତି ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି । ସେ କହିଛନ୍ତି […]

Samaya Live Picture
Published On

ବଲାଙ୍ଗୀର : ଟିଟିଲାଗଡ଼ ସବ୍ ଜେଲ୍‌ରୁ ଦୁଇ କଏଦୀ ଫେରାର ଘଟଣାରେ ନିଲମ୍ବିତ ହେଲେ ଜେଲ ୱାର୍ଡେନ I ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଶନିବାର ରାତିରେ ଜେଲ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ I ଏହି ଘଟଣାରେ ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା ଜେଲ ୱାର୍ଡେନ ଦାନୀ ଦୋରାଙ୍କୁ ନିଲମ୍ବନ କରିଛନ୍ତି। ଜେଲ୍‌ ୱାର୍ଡେନଙ୍କ ଅବହେଳାରୁ କଏଦୀ ଫେରାର ହୋଇଥିବା କଥା କହିଛନ୍ତି ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି । ସେ କହିଛନ୍ତି ଯେ, ଜେଲ୍‌ ଅଧୀକ୍ଷକ ଉଭୟ ଅଭିଯୁକ୍ତଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିଲେ। ଏହାର ସୁଯୋଗ ନେଇ ସେମାନେ ପ୍ରାୟ ୧୪ଫୁଟର କାନ୍ଥ ଡେଇଁ ଫେରାର ହୋଇଯାଇଥିଲେ। ଦୁଇ ଅପରାଧୀ ହେଲେ ଶୋଭାବନ ରଣା ଓ ସୁମିତ ବିହାରୀ I ଶିଶୁବଳି ଅପରାଧରେ ସେମାନେ ଟିଟିଲାଗଡ଼ ଉପକାରାଗରେ ବିଚାରାଧୀନ କଏଦୀ ଭାବେ ଥିଲେ I

ସୂଚନାନୁସାରେ,ଦୁଇ ଅପରାଧୀ ଶୋଭାବନ ରଣା ଓ ସୁମିତ ବିହାରୀ, ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେବା ମାମଲାରେ ଗିରଫ ଥିଲେ I ଶୋଭାବନ ପୂର୍ବରୁ ଜାମିନରେ ମୁକୁଳି ପୁଣି ଶିଶୁବଳି ଦେଇ ଗିରଫ ହୋଇଥିଲା। ସେ କିଛି ମାସ ତଳେ ଜେଲରୁ ମୁକ୍ତି ପାଇବା ପାଇଁ ନିଜକୁ ପାଗଳ ଦର୍ଶାଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲା ଓ ଜାମିନ ଆବେଦନ କରିଥିଲା। କିନ୍ତୁ ସେ ସେଥିରେ ବିଫଳ ହୋଇଥିଲା। ସେହିପରି ଜଣେ ନାବାଳକୁ ଅପହରଣ କରି ପଥରରେ ଛେଚି ହତ୍ୟା ମାମଲାରେ କେସିଙ୍ଗା ଥାନା ଅଞ୍ଚଳର ସୁମିତ ବିହାରୀ ଏଠାକୁ ଆସିଥିଲେ।

ତେବେ ଦୁଇଟି ନରବଳୀ ଘଟଣାରେ ଗିରଫ ହୋଇଥିବା ଏହି ୨ ଅଭିଯୁକ୍ତ ବିଚାରଧୀନ କଏଦୀ ଫେରାର ଘଟଣାର ତଦନ୍ତ କରିବାକୁ ସୋମବାର ଶ୍ରୀ ବେହେରା ଟିଟିଲାଗଡ଼ ଉପକାରାଗାରକୁ ଯାଇଥିଲେ। ସେଠାରେ ସେ ଦୀର୍ଘ ୬ଘଣ୍ଟା ଧରି ଏହି ମାମଲାର ତନ୍ନତନ୍ନ ଯାଞ୍ଚ କରିଥିଲେ।

Tags: