ଦିନିକିଆ ରିମାଣ୍ଡରେ ଗଲେ ୨ ହାଇପ୍ରୋଫାଇଲ ଠକ ଦମ୍ପତି
ଭୁବନେଶ୍ବର : ଦିନିକିଆ ରିମାଣ୍ଡରେ ଗଲେ ହାଇପ୍ରୋଫାଇଲ ଠକ ଦମ୍ପତି ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି ଉଭୟ ଠକଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । କିନ୍ତୁ କୋର୍ଟ ଦିିନକ ପାଇଁ ଅନୁମତି ଦେଇଛନ୍ତି। ଦିନିକିଆ ରିମାଣ୍ଡ ପୋଲିସ ପାଇଁ ଗରୁତ୍ବପୂର୍ଣ୍ଣ । ଦୁଇ ଜଣଙ୍କୁ ରିମାଣ୍ଡରେ ନେଇ ତାଙ୍କ ଘର ଏବଂ ଅଫିସକୁ ରେ ଖୋଳତାଡ କରୁଛି ପୋଲିସ । ପୂର୍ବରୁ ଜବତ ଡିଜିଟାଲ ଡିଭାଇସ ଗୁଡିକୁ […]
ଭୁବନେଶ୍ବର : ଦିନିକିଆ ରିମାଣ୍ଡରେ ଗଲେ ହାଇପ୍ରୋଫାଇଲ ଠକ ଦମ୍ପତି ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି ଉଭୟ ଠକଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । କିନ୍ତୁ କୋର୍ଟ ଦିିନକ ପାଇଁ ଅନୁମତି ଦେଇଛନ୍ତି।
ଦିନିକିଆ ରିମାଣ୍ଡ ପୋଲିସ ପାଇଁ ଗରୁତ୍ବପୂର୍ଣ୍ଣ । ଦୁଇ ଜଣଙ୍କୁ ରିମାଣ୍ଡରେ ନେଇ ତାଙ୍କ ଘର ଏବଂ ଅଫିସକୁ ରେ ଖୋଳତାଡ କରୁଛି ପୋଲିସ । ପୂର୍ବରୁ ଜବତ ଡିଜିଟାଲ ଡିଭାଇସ ଗୁଡିକୁ ଷ୍ଟେଟ ଫରେନସିକ ଲ୍ୟାବକୁ ପଠାଯାଇଛି । ରଘୁନାଥପୁର ସ୍ଥିତ ଅଫିସରୁ ଜବତ ଲାପଟପ, କମ୍ପ୍ୟୁଟର ଓ ମୋବାଇଲର ଫରେନସିକ ଟେଷ୍ଟ ପାଇଁ ପଠାଯାଇଛି । ତଦନ୍ତ ବେଳେ ଏକ NGO ର ଟଙ୍କାକୁ ନେଇ ବିବାଦ ଥିବା କଥା ଜାଣିବାକୁ ପାଇଛି ପୋଲିସ। ପଟିଆ ଅଞ୍ଚଳରେ ହଂସୀତା ଓ ଅନୀଲ ଲିଭ ଇନରେ ରହୁଥିବା ଆପାର୍ଟମେଣ୍ଟ ଯାଇ ଛାନଭିନ କରିଛି ଇନ୍ଫୋସିଟି ଥାନା ପୋଲିସ ଓ ସ୍ପେଶାଲ କ୍ରାଇମ ୟୁନିଟ । ରିମାଣ୍ଡରେ ଯିବା ସମୟରେ ବିସ୍ଫୋରକ ବୟାନ ରଖିଛନ୍ତି ହଂସିତା । କାନ୍ଦି କାନ୍ଦି ସେ ଗଣମାଧ୍ୟମ ଆଗରେ କହିଛନ୍ତି, ମୋତେ ଫସାଇ ଦିଆଯାଇଛି । ପୋଲିସ ଆଗରେ ସବୁ ସତ କହିବି । ତଦନ୍ତରେ ସହଯୋଗ କରିବି, ସବୁ ଗୁମର ଖୋଲିବି । ହାତ ଯୋଡି ଏମିତି କିଛି କହିଲେ ହଂସିତା । ସେହିଭଳି ଅନୀଲ କହିଛନ୍ତି, ସତ ଖୋଜନ୍ତୁ, ଆମକୁ ଫସା ଯାଇଛି । ସତ ଖୋଜିଲେ ସବୁ ଜାଣି ପାରିବେ । ତାଙ୍କ ନାଁରେ ଯିଏ ଅଭିଯୋଗ କରିଛି ୨୨ ବର୍ଷ ଧରି ସେହି ବ୍ୟକ୍ତିଙ୍କ ସହିତ ଆମର ସୁସମ୍ପର୍କ ରହିଛି ବୋଲି କହିଛନ୍ତି ହଂସିତା । ସେପଟେ ଖଣ୍ଡଗିରି ନିକଟରୁ ସରୋଜ ସାହୁଙ୍କୁ ଉଠାଇ ନେଲା ଆୟକର ବିଭାଗ ଓ ସ୍ପେଶାଲ କ୍ରାଇମ ୟୁନିଟ୍ । ସରୋଜ ସାହୁ ହଂସିତାଙ୍କ ପ୍ରଥମ ସ୍ବାମୀ ।
ସୂଚନାଯୋଗ୍ୟ ଯେ, ପୂର୍ବତନ ଏମ୍ପି ତଥା ଏକ ବଡ଼ ଏନ୍ଜିଓ ସଂସ୍ଥା ମାଲିକ ହଂସିତାଙ୍କ ଶିକାର ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଝିଅ ଓ ଜ୍ୱାଇଁ ଭାବି ଏନ୍ଜିଓ ସଂସ୍ଥା ମାଲିକ ହଂସିତା ଓ ଅନୀଲଙ୍କୁ ଆତିଥ୍ୟ ଦେଇଥିଲେ । ଏନ୍ଜିଓ ସଂସ୍ଥାକୁ ୫୦କୋଟି ଡୋନେସନ୍ କରାଇ ଦେବାକୁ କହିଥିଲେ ହଂସିତା । କିଛିଦିନ ପରେ ଡୋନେସନ୍ କରାଇ ଦେଇଥିଲେ । ସେଥିପାଇଁ ହଂସିତା ୨୦ ପ୍ରତିଶତ କମିଶନ ମାଗିଥିଲେ । ହେଲେ ଏନ୍ଜିଓ ସଂସ୍ଥା ମାଲିକ ମନା କରିଥିଲେ । ହଂସିତା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍ମେଲିଂ କରିଥିଲେ । ଉପାୟ ନପାଇ ଏନ୍ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଏତଲା ଦେଇଥିଲେ । ଏହାପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା ।




