ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଦୁଇ ଗିରଫ

ଆସାମ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ସିଙ୍ଗାପୁରରେ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଆସାମ ପୋଲିସ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହନ୍ତ ଏବଂ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ପୋଲିସ ଗିରଫ କରିଛି । ଆଜି ଦିନ ପ୍ରାୟ ୧.୩୦ରେ ଗୁରୁଃଗ୍ରାମ ସ୍ଥିତ ତାଙ୍କ ନିଜ ଆପାର୍ଟମେଣ୍ଟରୁ ସିଦ୍ଧାର୍ଥ ଶର୍ମାଙ୍କୁ ଉଠାଇନେଇଛି ପୋଲିସ । ଉଭୟଙ୍କୁ କଡା ସୁରକ୍ଷା ମଧ୍ୟରେ […]

ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଦୁଇ ଗିରଫ
Samaya Live Picture
Published On

ଆସାମ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ସିଙ୍ଗାପୁରରେ ସନ୍ଦେହଜନକ ମୃତ୍ୟୁ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଆସାମ ପୋଲିସ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହନ୍ତ ଏବଂ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ପୋଲିସ ଗିରଫ କରିଛି । ଆଜି ଦିନ ପ୍ରାୟ ୧.୩୦ରେ ଗୁରୁଃଗ୍ରାମ ସ୍ଥିତ ତାଙ୍କ ନିଜ ଆପାର୍ଟମେଣ୍ଟରୁ ସିଦ୍ଧାର୍ଥ ଶର୍ମାଙ୍କୁ ଉଠାଇନେଇଛି ପୋଲିସ । ଉଭୟଙ୍କୁ କଡା ସୁରକ୍ଷା ମଧ୍ୟରେ ଗୌହ୍ବାଟି ନିଆଯାଇ କୋର୍ଟରେ ହାଜର କରାଯାଇଥିଲା ।
ଉଭୟଙ୍କ ବିରୁଦ୍ଧରେ BNS ଅନୁଯାୟୀ ଦୋଷୀ ହତ୍ୟା, ଷଡ଼ଯନ୍ତ୍ର ଏବଂ ଅବହେଳା ଅଭିଯୋଗ ରହିଛିIତେବେ ଦୁର୍ଗାପୂଜା ପାଇଁ କୋର୍ଟ ଛୁଟି ଯୋଗୁଁ କାମରୂପ ସିଜେଏମଙ୍କ ବାସଭବନରେ ହାଜର କରାଯିବା ପରେ ଉଭୟଙ୍କୁ ୧୪ ଦିନ ଲାଗି ପୋଲିସ ହେପାଜତକୁ ପଠାଯାଇ ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁର ଠାରେ ସମୁଦ୍ରରେ ବୁଡି ଜୁବିନ ଗର୍ଗଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ସେ ସିଙ୍ଗାପୁର ଠାରେ ଭାରତ-ଏସିଆ ୬୦ ତମ କୂଟନୈତିକ ସମ୍ପର୍କ ପୂର୍ତ୍ତି ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସିଙ୍ଗାପୁରର ସେଣ୍ଟ ଜନ୍ସ ଦ୍ୱୀପରେ ପହଁରିବା ସମୟରେ ବୁଡ଼ି ଯିବା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ପ୍ରୋଗ୍ରାମ ଆୟୋଜକ ସୂଚନା ଦେଇଥିଲେ । କିନ୍ତୁ ଏହା ପୂର୍ବଦିନ ଅର୍ଥାତ ସେପ୍ଟେମ୍ବର ୧୮ ତାରିଖରେ ଜୁବିନ ତାଙ୍କ ପତ୍ନୀ ଗରିମାଙ୍କ ସହ ଫୋନରେ କଥା ହୋଇଥିଲେ । ସେତେବେଳେ ଜୁବିନ ତାଙ୍କୁ କାର୍ଯ୍ୟକ୍ରମ ବିଷୟରେ କିଛି ଜଣାଇ ନଥିଲେ । ହଠାତ ଜୁବିନଙ୍କ ମୃତ୍ୟୁକୁ ନେଇ ପତ୍ନୀ ଗରିମା ସୈକିଆ ଗର୍ଗ ସନ୍ଦେହ କରିଥିଲେ । ଏହାସହ ଘଟଣାଗୁର ସଠିକ୍ ତଦନ୍ତ ପାଇଁ ଦାବି କରିଥିଲେ । ଏହାପରେ ୧୦ ଜଣିଆ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିଲା । ଏସଆଇଟି ମହନ୍ତ, ଶର୍ମା ଏବଂ ସିଙ୍ଗାପୁରର ଅନ୍ୟ ଲୋକଙ୍କ ନାମରେ ନୋଟିସ ଜାରି କରିଥିଲେ ।

ଏମାନେ ଯାଞ୍ଚରେ ସହଯୋଗ କରିବା ଏବଂ ବୟାନ ରେକର୍ଡ କରିବା ପାଇଁ ଡକାଯାଇଥିଲା । ପୋଲିସ ଏମାନଙ୍କୁ ଗିରଫ କରିବା ସହିତ ବିଭିନ୍ନ ସାମଗ୍ରୀ ଜବତ କରିଛି । ଏହି ମାମଲାର ଯାଞ୍ଚ ଚାଲିଛି ।

Tags: