ସାପ ବିଷକୁ ନେଇ ବେପାର :୨୬ ନାଗସାପ ଉଦ୍ଧାର, ୩ ଗିରଫ

ବାଲେଶ୍ୱର : ବାଲେଶ୍ୱର ବାଲିଆପାଳରେ ଏକ ଅଭାବନୀୟ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି l ନାଗସାପ ବିଷକୁ ନେଇ ବେପାର କରାଯାଉଛି l ପୋଲିସ ରେଡ ବେଳେ ଏସବୁ ଧରା ପଡିଛି l ତେବେ ସାପ ବିଷ ରାକେଟର ପର୍ଦ୍ଦାଫାସ କରିବା ସହ ପୋଲିସ ୨୬ଟି ନାଗ ସାପ ଉଦ୍ଧାର କରିଛି । ଏତଦବ୍ୟତୀତ ଜଣେ ମହିଳା ସମ୍ପୃକ୍ତ ଥିବାର ଜଣାପଡିଛି l ତଥ୍ୟାନୁସାରେ, ବାଲେଶ୍ୱର ବନଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ନାଗସାପ ବିଷ […]

Samaya Live Picture
Published On

ବାଲେଶ୍ୱର : ବାଲେଶ୍ୱର ବାଲିଆପାଳରେ ଏକ ଅଭାବନୀୟ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି l ନାଗସାପ ବିଷକୁ ନେଇ ବେପାର କରାଯାଉଛି l ପୋଲିସ ରେଡ ବେଳେ ଏସବୁ ଧରା ପଡିଛି l ତେବେ ସାପ ବିଷ ରାକେଟର ପର୍ଦ୍ଦାଫାସ କରିବା ସହ ପୋଲିସ ୨୬ଟି ନାଗ ସାପ ଉଦ୍ଧାର କରିଛି । ଏତଦବ୍ୟତୀତ ଜଣେ ମହିଳା ସମ୍ପୃକ୍ତ ଥିବାର ଜଣାପଡିଛି l
ତଥ୍ୟାନୁସାରେ, ବାଲେଶ୍ୱର ବନଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ନାଗସାପ ବିଷ ରାକେଟକୁ ସବସମ୍ମୁଖକୁ ଆଣିଛି ବନ ବିଭାଗ l ବାଲିଆପାଳ ପଞ୍ଚୁପଳି ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନର ମିଳିତ ଉଦ୍ୟମରେ ଚଢ଼ାଉ କରି ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି l ଏଥିରେ ଜଣେ ମହିଳା ମଧ୍ୟ ସାମିଲ ରହିଛନ୍ତି । ତେବେ ବନବିଭାଗ ସାପ ବିଷ ରାକେଟ୍‌ର ପର୍ଦ୍ଦାଫାସ୍‌ କରିବା ସହ ୨୬ଟି ନାଗସାପ ଉଦ୍ଧାର କରିଛି l ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା । ତେଣୁ ଖୁବଶୀଘ୍ର ଏହାର ମାଷ୍ଟରମାଇଣ୍ଡକୁ ଗିରଫ କରାଯିବ ବୋଲି ଆଶା କରାଯାଉଛି ।

Tags: