ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ ମାଓନେତା ସହ ୧୦ ମାଓବାଦୀ ସଫା

ଛତିଶଗଡ଼ : ଓଡ଼ିଶା ଛତିଶଗଡ଼ ସୀମାନ୍ତ ଜଙ୍ଗଲ ଗରିଆବନ୍ଧରେ ବଡ଼ ଏନକାଉଣ୍ଟର । ଏଥିରେ ଓଡ଼ିଶା ରାଜ୍ୟ କମିଟି ସଚିବ ମୋଡେମ ବାଲକ୍ରୀଷ୍ଣାଙ୍କ ମୃତ୍ୟୁ । ତାଙ୍କ ସହ ଆଉ ୧୦ ଜଣ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ବାଲକ୍ରିଷ୍ଣା ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ପରିଚିତ ଥିଲା । ହାଇଦ୍ରାବାଦ ନିବାସୀ ମୋଡେମ ବାଲକ୍ରୀଷ୍ଣା ପ୍ରାୟ ୩ ଦଶକ ଧରି ମାଓ ସଙ୍ଗଠନ ସହ ଜଡ଼ିତ ଥିଲା । କେନ୍ଦ୍ରୀୟ […]

ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ ମାଓନେତା ସହ ୧୦ ମାଓବାଦୀ ସଫା
Samaya Live Picture
Published On

ଛତିଶଗଡ଼ : ଓଡ଼ିଶା ଛତିଶଗଡ଼ ସୀମାନ୍ତ ଜଙ୍ଗଲ ଗରିଆବନ୍ଧରେ ବଡ଼ ଏନକାଉଣ୍ଟର । ଏଥିରେ ଓଡ଼ିଶା ରାଜ୍ୟ କମିଟି ସଚିବ ମୋଡେମ ବାଲକ୍ରୀଷ୍ଣାଙ୍କ ମୃତ୍ୟୁ । ତାଙ୍କ ସହ ଆଉ ୧୦ ଜଣ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ବାଲକ୍ରିଷ୍ଣା ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ପରିଚିତ ଥିଲା । ହାଇଦ୍ରାବାଦ ନିବାସୀ ମୋଡେମ ବାଲକ୍ରୀଷ୍ଣା ପ୍ରାୟ ୩ ଦଶକ ଧରି ମାଓ ସଙ୍ଗଠନ ସହ ଜଡ଼ିତ ଥିଲା । କେନ୍ଦ୍ରୀୟ କମିଟି ଓ ସେଣ୍ଟ୍ରାଲ ରିଜିଓନାଲ ବ୍ୟୁରୋର ସଦସ୍ୟ ଥିଲା । ଓଡ଼ିଶା ରାଜ୍ୟ କମିଟିର ମୁଖ୍ୟ ବି ଥିଲେ । ଓଡ଼ିଶା ଛତିଶଗଡ଼ ସୀମାରେ ସେ ସକ୍ରିୟ ଥିଲେ। ତାଙ୍କ ନାଁରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ପୁରସ୍କାର ରାଶି ଥିଲା ।

ଜଙ୍ଗଲ ଭିତରୁ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ମାଓବାଦୀଙ୍କ ପକ୍ଷରୁ ପୂର୍ବରୁ ଆଇଇଡି ବିଛା ଯାଇଥିବା ଆଶଙ୍କା କରାଯାଉଛି । ପୁରା ଗାରିଅବନ୍ଧ ଜଙ୍ଗଲକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି । ଏବେବି ଆହୁରି ମାଓବାଦୀ ଜଙ୍ଗଲ ଭିତରେ ଲୁଚି ରହୁଥିବା ସୂଚନା ଦେଇଛନ୍ତି ଗାରିଅବନ୍ଧ SP ନିଖିଲ ରାଖେଚା ।

ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ବଡ଼ ଧରଣର ମାଓ ଅପରେସନ ଚାଲିଛି । ପୋଲିସ ଓ ମାଓବାଦୀ ମଧ୍ୟରେ ଆଜି ବି ଗୁଳିବିନିମୟ ଜାରି ରହିଛି । ଗରିଆବନ୍ଧର ଇ-30, ଏସଟିଏଫ ଏବଂ CRPFର କୋବ୍ରା ଜବାନ ମିଳିତ ଭାବେ ଅପରେସନକୁ ଜୋରଦାର କରିଛନ୍ତି । ଏବେବି ଜଙ୍ଗଲରେ ପଡିଛି ନକ୍ସଲଙ୍କ ମୃତଦେହ ।

Tags: