ମାଓ ସଂଗଠନ ପକ୍ଷରୁ ଆଜି ରାୟଗଡା ଜିଲ୍ଲା ବନ୍ଦ ଡାକରା
ରାୟଗଡ଼ା: ଆଜି ମାଓ ସଂଗଠନ ପକ୍ଷରୁ ୭ଟି ଜିଲ୍ଲାରେ ବନ୍ଦ ଡାକରା ଦିଆ ଯାଇଛି I ବିଜିଏନ ଡିଭିଜିନାଲ କମିଟି ପକ୍ଷରୁ ଗତ କିଛି ଦିନ ତଳେ ୭ଟି ବନ୍ଦ ଡାକରା ଦେଇଥିଲେ। ଆଜି ମାଓ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକରେ ମାଓବାଦୀ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି।ଏଥିସହ ବ୍ୟାନର ଓ ପୋଷ୍ଟର ମାରି ସରକାରଙ୍କୁ ବିଭିନ୍ନ ଦାବି ପୂରଣ ନେଇ ଧମକ […]
ରାୟଗଡ଼ା: ଆଜି ମାଓ ସଂଗଠନ ପକ୍ଷରୁ ୭ଟି ଜିଲ୍ଲାରେ ବନ୍ଦ ଡାକରା ଦିଆ ଯାଇଛି I ବିଜିଏନ ଡିଭିଜିନାଲ କମିଟି ପକ୍ଷରୁ ଗତ କିଛି ଦିନ ତଳେ ୭ଟି ବନ୍ଦ ଡାକରା ଦେଇଥିଲେ। ଆଜି ମାଓ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ବ୍ଲକରେ ମାଓବାଦୀ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି।ଏଥିସହ ବ୍ୟାନର ଓ ପୋଷ୍ଟର ମାରି ସରକାରଙ୍କୁ ବିଭିନ୍ନ ଦାବି ପୂରଣ ନେଇ ଧମକ ଦେଇଛନ୍ତି।
ମାଓବାଦୀମାନେ ମୌଳିକ ସେବା ଦାବି କରି ବନ୍ଦ ଡକରା ଦେଇଛନ୍ତି । ୧୦ ଦଫା ଦାବି ନେଇ ଅଡିଓ ଟେପ ଜାରି କରିଥିଲେ। ବଂଶଧାରା-ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ସେଥିରେ ଆଜି ବି ଗରିବ ଲୋକେ ଶିକ୍ଷା,ସ୍ବାସ୍ଥ୍ୟ, ଆବାସ ଯୋଜାନା ପାଇବାରୁ ବଞ୍ଚିତ ଥିବା ଉଲ୍ଲେଖ ରହିଛି । ଏହା ସହିତ ବେକାରୀ ଭତ୍ତା ବୃଦ୍ଧି କରିବା ପାଇଁ ଦାବି କରାଯାଇଛି I ଗଛ କାଟି ରାସ୍ତା ଅବରୋଧ କରାଯାଇ ଥିବାରୁ ଯିବା ଆସିବା ଏକ ପ୍ରକାର ଠପ୍ ହୋଇଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି । ପୁଲିସ ତରଫରୁ ଘଟଣାସ୍ଥଳରେ କେହି ପହଞ୍ଚିନଥିବା ବେଳେ ସୁରକ୍ଷାକୁ ଚିନ୍ତା ବଢ଼ାଇଛି।




