ଆଜି ଅର୍ଚ୍ଚନା ନାଗ ଦେବେ ଲ’ପରୀକ୍ଷା
ଭୁବନେଶ୍ୱର : ଝାରପଡ଼ା ଜେଲ୍ ଭିତରେ ଆଜି ଲ’ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ । ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ବ୍ଲାକ ମେଲିଙ୍ଗ କୁଇନ ଅର୍ଚ୍ଚନା ନାଗ । ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା । ଏନେଇ ଭୁବନେଶ୍ୱର ଜେଏମ୍ଏଫ୍ସି କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି । ବହୁ ବଡ଼ ବାଡ଼ିଆଙ୍କୁ ବ୍ଲାକମେଲ କରି ଅର୍ଥ ହଡପ କରିବା ମାମଲାରେ […]
ଭୁବନେଶ୍ୱର : ଝାରପଡ଼ା ଜେଲ୍ ଭିତରେ ଆଜି ଲ’ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ । ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ବ୍ଲାକ ମେଲିଙ୍ଗ କୁଇନ ଅର୍ଚ୍ଚନା ନାଗ । ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା । ଏନେଇ ଭୁବନେଶ୍ୱର ଜେଏମ୍ଏଫ୍ସି କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି ।
ବହୁ ବଡ଼ ବାଡ଼ିଆଙ୍କୁ ବ୍ଲାକମେଲ କରି ଅର୍ଥ ହଡପ କରିବା ମାମଲାରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇ ଜେଲରେ ଅଛନ୍ତି । ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି । ଇଡି ମଧ୍ୟ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖୋଳତାଡ଼ ଜାରି ରଖିଛି । ଏହାରି ଭିତରେ ଆଜି ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା । ଅର୍ଚ୍ଚନାଙ୍କ ଓକିଲ ଲ’ ପରୀକ୍ଷା ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ । ଏଥିପାଇଁ ଗତକାଲି ଜେଲ୍ ମାନୁଆଲ ଅନୁଯାୟୀ ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଅର୍ଚ୍ଚନାଙ୍କ ଆଡଭୋକେଟ୍ ଦେବାଶିଷ ମହାପାତ୍ର ଗଣମାଧ୍ୟମ ଆଗରେ କହିଛନ୍ତି । ପରୀକ୍ଷା ପାଇଁ ପୂର୍ବରୁ ଅର୍ଚ୍ଚନା ଫର୍ମ ପୂରଣ କରିଥିଲେ । ସେଥିପାଇଁ ଅର୍ଚ୍ଚନାଙ୍କୁ କୋର୍ଟ ଅନୁମତି ଦେଇଥିଲେ । ଆଉ ଏବେ ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବା ପାଇଁ ତାଙ୍କୁ ଅନୁମତି ମିଳିଛି ।




